ଆହତ ହେଲେ ତୈମୁର, ରାଗିଗଲେ କରୀନା

ପିଲାମାନେ ଅପରିପକ୍ୱ। କ’ଣ ଠିକ୍‌, କ’ଣ ଭୁଲ ସେମାନେ ଜାଣିପାରନ୍ତି ନାହିଁ। ନିଜ ମନକୁ ଯାହା ଆସେ ସେମାନେ ତାହା କରନ୍ତି। ନିକଟରେ ବଡ଼ ଭାଇ ହୋଇଥିବା ତୈମୁର ଅଲ୍ଲୀ ଖାନ୍‌ ସେମିତି କିଛି କରିଛନ୍ତି। ଏହାପରେ ମା’ କରୀନା କପୁର ଖାନ୍‌ ରାଗରେ ଲାଲ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତୈମୁରଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଦ୍ୱିତୀୟ ଥର ମା’ ହେବା ପରେ କରୀନା ଭଉଣୀ କରିସ୍ମା କପୁରଙ୍କ ଝିଅ ସମାୟରାଙ୍କ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ଏହି ଅବସରରେ କରୀନାଙ୍କ ସହ ପୁଅ ତୈମୁର ଏବଂ ମା’ ବବିତା ସାଥୀରେ ଥିଲେ। ଗାଡିରୁ ଓହ୍ଲାଇବା ପରେ କରୀନା କ୍ୟାମେରାମ୍ୟାନ୍‌ଙ୍କୁ ପୋଜ୍‌ ଦେବାରେ ଲାଗିଗଲେ। କିନ୍ତୁ ତୈମୁର କାରରୁ ଓହ୍ଲାଇବା ପରେ ଚିତ୍କାର କରି ଦୌଡିବାକୁ ଲାଗିଲା। ଏହି ସବୟରେ ସେ କାଚ ଗେଟ୍‌ରେ ବାଡେଇ ହୋଇ ତଳେ ପଡ଼ିଗଲେ। ସଙ୍ଗେ ସଙ୍ଗେ ମା’ କରୀନା ପୁଅକୁ ଧରିନେଇ ଘର ଭିତରକୁ ଚାଲିଯାଇଥିଲେ। ପୁଅର ଏଭଳି କାର୍ଯ୍ୟ କଳାପରେ କରୀନା ବହୁତ ରାଗିଗଲେ। ତେବେ ପରେ ସେ ପୁଅକୁ ଘର ଭିତରେ ଛାଡି କ୍ୟାମେରାମ୍ୟାନ୍‌ଙ୍କୁ ଅଭିବାଦନ ଜଣାଇ ଭିତରକୁ ଯାଇଥିଲେ।

Share