Advertisement

ଉତ୍କଣ୍ଠା ବଢ଼ାଇଲା ‘ଚନ୍ଦୁ ଚାମ୍ପିୟନ’; କାର୍ତ୍ତିକଙ୍କୁ ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି। କାରଣ ଚେହେରାଠାରୁ ଆରମ୍ଭ କରି ପୁରା ଶରୀର ଉପରେ ସେ କାମ କରିଛନ୍ତି। ସେ ବେଶ ପତଳା ଏବଂ ଫିଟ୍‌ ଲାଗୁଛନ୍ତି।

‘ଚନ୍ଦୁ ଚାମ୍ପିୟନ’କୁ ସାଜିଦ୍‌ ନାଦିଆଓ୍ବାଲା ପ୍ରଯୋଜନା କରିଛନ୍ତି। ଏହା ଜୁନ ୧୪ରେ ରିଲିଜ ହେବ। ତା’ ପୂର୍ବରୁ ପୋଷ୍ଟର ଭାଇରାଲ ହେବା ସହ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ାଇଛି। ଯାହାକୁ ଦେଖି ପ୍ରଶଂସକ ଅଭିନେତାଙ୍କ ନୂଆ ଅବତାରର ପ୍ରଶଂସା କରୁଛନ୍ତି।

Share