ଲୁଚିଛପି ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କୟାଲ ଆନନ୍ଦୀ। ପ୍ରଥମ ଫିଲ୍ମରୁ ସେ ଦର୍ଶକଙ୍କ ହୃଦୟ ଜିତିପରିଛନ୍ତି। ତେବେ ଏହି ଅଭିନେତ୍ରୀ ନୂଆ ବର୍ଷରେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ସେ ଜାନୁଆରୀ ୭ରେ ଲୁଚିଛପି ବିବାହ କରିଛନ୍ତି। ତାଙ୍କ ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରିପୋର୍ଟ ଅନୁଯାୟୀ, ଆନନ୍ଦୀ ତେଲେଙ୍ଗାନାର ଏକ ପଞ୍ଚତାରକା ହୋଟେଲରେ ବିବାହ କରିଛନ୍ତି। ଏହି ବିବାହରେ ତାଙ୍କର କିଛି ବନ୍ଧୁ ଏବଂ ଉଭୟ ପରିବାରର ଘନିଷ୍ଟ ସମ୍ପର୍କୀୟ ସାମିଲ ହୋଇଥିଲେ। ଆନନ୍ଦୀଙ୍କ ସ୍ବାମୀଙ୍କ ନାମ ସୁକରାତ ବୋଲି ଜଣାପଡ଼ିଛି। ଆନନ୍ଦୀଙ୍କ ବିବାହ ଖବର ଜଣାପଡ଼ିବା ପରେ ପ୍ରଶଂସକଙ୍କ ଠାରୁ ତାଙ୍କ ନିକଟରୁ ଶୁଭେଚ୍ଛାର ଶୁଅ ଛୁଟୁଛି।
ଆନନ୍ଦୀ ଫିଲ୍ମ ‘କୟାଲ’ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

Share