ଏହି ଲୋକପ୍ରିୟ ଅଭିନେତା ଗୋଡ଼ରେ କଲେ ଖାସ୍‌ ଟାଟୁ: ଏଥିପାଇଁ ଲାଗିଲା ୩୦ ଘଣ୍ଟା

ବଲିଉଡ୍‌ ଅଭିନେତା କୁନାଲ ଖେମୁ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି। କିଛିଦିନ ତଳେ ସେ ଝିଅ ଇନାୟାଙ୍କ ଜନ୍ମଦିନରେ ଝିଅ ନାମରେ ନିଜ ଛାତିରେ ଏକ ଟାଟୁ ତିଆରି କରିଥିଲେ। ଉକ୍ତ ଟାଟୁ ତାଙ୍କ ପାଇଁ ସବୁଠାରୁ ସ୍ବତନ୍ତ୍ର । କାରଣ ଉକ୍ତ ଟାଟୁ ମାଧ୍ୟମରେ ଝିଅ ସବୁବେଳେ ତାଙ୍କ ପାଖରେ ରହିବ ବୋଲି ସେ କହିଥିଲେ।
ଏବେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କୁନାଲ ଏକ ଭିଡିଓ ଓ ଫଟୋ ଶେୟାର କରିଛନ୍ତି। ଏହାକୁ ତାଙ୍କର ବନ୍ଧୁ ଏବଂ ପ୍ରଶଂସକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓ ଏବଂ ଫଟୋରେ କୁନାଲଙ୍କ ଗୋଡରେ ବାଘର ଏକ ଟାଟୁ ଦେଖିବାକୁ ମିଳିଛି। ଖାସ୍‌ କଥା ହେଲା ଏହି ଟାଟୁକୁ ତିଆରି କରିବା ପାଇଁ ୩୦ ଘଣ୍ଟା ସମୟ ଲାଗିଥିଲା। ନିଜେ କୁନାଲ ଏହା କହିଛନ୍ତି।

Share