ବଲିଉଡ୍‌ ହାଲ୍‌ଚାଲ୍‌

‘ହେଲେନ୍‌’ ସିନେମାର ହିନ୍ଦୀ ରିମେକ୍‌ ହେବାକୁ ଯାଉଛି। ଜାହ୍ନବୀ କପୁର ଏହାର ଟାଇଟଲ ଭୂମିକାରେ ଅଭିନୟ କରିବେ। ଉକ୍ତ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନ୍‌ରୁ ଆରମ୍ଭ ହେବାକୁ ଯାଉଛି।
ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ସିନେମାର ନାୟିକା ସାଜିବେ ମାନୁଷୀ ଚିଲ୍ଳାର। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଭିକି କୌଶଲ।
ନିର୍ମାଣାଧୀନ ହିନ୍ଦୀ ସିନେମା ‘ବଚ୍ଚନ ପାଣ୍ଡେ’ରେ ନିଜ ଭୂମିକା ଆଉ ଗେଟଅପ୍‌ର ସଫଳତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅକ୍ଷୟ କୁମାର।
‘ଏକ ଭିଲେନ୍‌ ରିର୍ଟନ୍‌ସ’ର ଶୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ମୋହିତ ସୂରୀ। ଏହାର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଦିଶା ପଟାନି।
‘ଆର୍ଥ’ର ରିମେକ୍‌ ଫିଲ୍ମରେ ବବି ଦେଓଲ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ। ରେବତୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ସ୍ବରା ଭାସ୍କର ଏବଂ ଜ୍ୟାକଲିନ୍‌ ଫର୍ନାଡିଜ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ଆକ୍ଟିଂ ପରେ ମହେଶ ତନୟା ଆଲିୟା ଭଟ୍ଟ ଏବେ ଆଉ ଏକ ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଅର୍ଥାତ୍‌, ସେ ଏବେ ସିନେମା ପ୍ରଯୋଜନା କରିବେ। ତାଙ୍କର ହୋମ୍‌ ବ୍ୟାନର ନାମ ରହିଛି ‘ଇଟରନାଲ ସନସାଇନ୍‌ ପ୍ରଡକ୍ସନ୍‌ସ’। ଖାସ୍‌ କଥା ହେଲା ଏହି ବ୍ୟାନରରେ ତାଙ୍କର ସହଯୋଗୀ ପ୍ରଯୋଜକ ରହିବେ ଶାହରୁଖ ଖଁା।

Share