ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍ରେ ବେସ୍ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ଏକଦା ତାଙ୍କ ହାତରେ ୨୦-୩୦ଟି ଫିଲ୍ମ ଥିଲା। ମାତ୍ର ଏଥିରୁ ସେ କୌଣସି ଗୋଟିଏରେ ହେଲେ କାମ କରିପାରି ନ ଥିଲେ। ଏହାର କାରଣ ଏବେ ସେ କହିଛନ୍ତି।
ମଲ୍ଲିକା କହିଛନ୍ତି, ପରଦା ଉପରେ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ମିଳେ ବାସ୍ତବରେ ସେ ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମରୁ ତାଙ୍କୁ ଏକ ସୀମା ମଧ୍ୟରେ ରହି କାମ କରିବାର ଥିଲା। ତାହା କରିପାରି ନ ଥିଲେ। ଏହି କାରଣରୁ ତାଙ୍କ ହାତରୁ ସବୁତକ ଫିଲ୍ମ ଚାଲିଗଲା ବୋଲି ମଲ୍ଲିକା କହିଛନ୍ତି। ଆଗକୁ ତାଙ୍କୁ ନିଜ ସର୍ତ୍ତ ଅନୁସାରେ ଭଲ ଫିଲ୍ମରେ କାମ କରିବାର ସୁଯୋଗ ମିଳିବ ବୋଲି ସେ ଆଶାୟୀ ଅଛନ୍ତି।
ମଲ୍ଲିକା ବଲିଉଡ୍ରେ ଖ୍ବାଇସ୍, ମର୍ଡର, ଶାଦି ସେ ପହଲେ, ଡର୍ନା ଜରୁରି ହୈ, ଓ୍ବେଲକମ୍, ଅଗ୍ଲୀ ଔର ପଗ୍ଲୀ, ଥାଇକଁ୍ୟୁ, ଡାଟି ପିକଚର୍ସ ଏବଂ ଜିନତ୍ ପରି ସିନେମାରେ କାମ କରିସାରିଛନ୍ତି।