ବଲିଉଡ୍‌ର ସବୁଠୁ ଅଧିକ ପାଠ ପଢ଼ିଥିବା କଳାକାର

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ମଧ୍ୟରୁ କିଛି ସେଲିବ୍ରିଟି ବହୁତ ପାଠ ପଢ଼ିଥିଲେ ମଧ୍ୟ ଅଭିନୟକୁ ନିଜର କ୍ୟାରିୟର ଭାବେ ବାଛିନେଇଛନ୍ତି। ସେ ବିଗ୍‌ ବି ହୁଅନ୍ତୁ କି ଶାହାରୁଖ। ଉଚ୍ଚ ଶିକ୍ଷାର ଅଧିକାରୀ ହୋଇ ମଧ୍ୟ ଚାକିରି ପ୍ରତି ଗୁରୁତ୍ୱ ନ ଦେଇ ଅଭିନୟକୁ ଆପଣାଇ ନେଇଛନ୍ତି। ଖାଲି ଆପଣାଇ ନାହାନ୍ତି, ଏହି କ୍ଷେତ୍ରରେ ବେଶ୍‌ ନାଁ ମଧ୍ୟ କମାଇଛନ୍ତି। ସେହିପରି ପ୍ରୀତି ଜିଣ୍ଟା, ସୋହା ଅଲ୍ଲୀ ଖାନ୍‌, ପରିଣୀତି ଚୋପ୍ରା, ବିଦ୍ୟା ବାଲାନ୍‌ ଅନେକ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଅଭିନୟକୁ ନିଶା ଆଉ ପେସା ଭାବରେ ଗ୍ରହଣ କରିନେଇଛନ୍ତି।

ଅମିତାଭ ବଚ୍ଚନ:

ବିଗ୍‌ ବି’ ବଲିଉଡ୍‌ର ସବୁଠୁ ପଢ଼ାଲେଖା ଷ୍ଟାର୍‌। ତାଙ୍କ ପାଖରେ ୪ଟି ୟୁନିଭର୍ସିଟିର ଡକ୍ଟରେଟ୍‌ ଡିଗ୍ରୀ ରହିଛି।

ଶାହାରୁଖ ଖାନ୍‌:

କିଙ୍ଗ୍‌ଖାନ୍‌ ଦିଲ୍ଲୀ ୟୁନିଭର୍ସିଟିରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି।

ପ୍ରୀତି ଜିଣ୍ଟା:

ପ୍ରୀତି ଜିଣ୍ଟା ଇଂରାଜୀରେ ଅନର୍ସ ଡିଗ୍ରୀ କରିଥିବା ବେଳେ ମନୋବିଜ୍ଞାନରେ ମାଷ୍ଟର ଡିଗ୍ରୀ କରିଛନ୍ତି।

ପରିଣୀତି ଚୋପ୍ରା:

ପରିଣୀତିଙ୍କ ନିକଟରେ ୩ଟି ଅନର୍ସ ଡିଗ୍ରୀ ରହିଛି।

ବିଦ୍ୟା ବାଲାନ୍‌:

ବିଦ୍ୟା ସୋସିଓଲୋଜିରେ ବ୍ୟାଚଲର ଏବଂ ମାଷ୍ଟର ଡିଗ୍ରୀ କରିଛନ୍ତି।

Share