ଖୁସି ଖବର ଦେଲେ ନେହା କକ୍କର

ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ନିଜେ ନେହା ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଛନ୍ତି। ନେହା ଇନ୍‌ଷ୍ଟାଗ୍ରାମ୍‌ରେ ସ୍ବାମୀ ରୋହନପ୍ରୀତ ସିଂହଙ୍କ ସହ ଏକ ସୁନ୍ଦର ତଥା ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଏଥିରେ ନେହାଙ୍କୁ ବେବି ବମ୍ପ୍‌ ସହ ଦେଖିବାକୁ ମିଳୁଛି। ଫଟୋ ଶେୟାରକରି ସେ କ୍ୟାପଶନରେ ହାସ୍‌ ଟ୍ୟାଗ୍‌ ଦେଇ ଲେଖିଛନ୍ତି- ଯତ୍ନ ନିଅ।

ଏହା ଶୁଣିବା ପରେ ନେହାଙ୍କ ପ୍ରଶଂସକମାନେ ସହଜରେ ଏହି କଥାକୁ ବିଶ୍ୱାସ କରିପାରୁ ନାହାନ୍ତି। ଅନେକ ୟୁଜର ନେହାଙ୍କ ଗର୍ଭଧାରଣକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ହେଉଛି, ଏହି ନିକଟରେ ନେହା ବିବାହ କରିଥିଲେ।
ବାସ୍ତବରେ, ୨ ମାସ ପୂର୍ବେ ନେହା ରୋହନପ୍ରୀତଙ୍କୁ ବିବାହ କରିଥିଲେ। ଏଭଳି ପରିସ୍ଥିତିରେ କେବଳ ତାଙ୍କ ପ୍ରଶଂସକ ନୁହନ୍ତି, ବରଂ ସମସ୍ତେ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Share