ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ନିକଟରେ ଗୋଆ ଯାତ୍ରା ସମୟରେ ଅଶ୍ଳୀଳ ଭିଡିଓ ଶୁଟିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ କରାଯାଇଥିଲା। ଏଥିସହ କାନାକୋନା ପୋଲିସ ଷ୍ଟେଶନରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ, ଉକ୍ତ ବ୍ୟକ୍ତି ପୁନମ ପାଣ୍ଡେଙ୍କ ଅଶ୍ଲୀଳ ଭିଡିଓ ଶୁଟିଂ କରୁଥିଲେ। ପରେ ଏହା ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ରିପୋର୍ଟ ଅନୁସାରେ ଗୁରୁବାର ଗୋଆ ପୋଲିସ ପୁନମଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ପୁନମଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଥିବା କୁହାଯାଉଛି।