ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ଆସୁଥିଲା ଟ୍ରକ ଭର୍ତ୍ତି ଫୁଲ: ଝିଅଙ୍କର ଥିଲା ଏହି ଭୁଲ ଚିନ୍ତାଧାରା

ବଲିଉଡ୍‌ରେ କାକା ନାମରେ ପ୍ରସିଦ୍ଧ ଭେଟେରାନ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ଆଜି ହେଉଛନ୍ତି ୭୮ତମ ଜନ୍ମଦିନ। ୨୯ ଡିସେମ୍ବର, ୧୯୪୨ରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ସମାନ ଦିନରେ ତାଙ୍କ ଝିଅ ଟ୍ବିଙ୍କଲ ଖନ୍ନା ମଧ୍ୟ ଜନ୍ମଦିନ ପାଳନ କରିଥାନ୍ତି। ଟ୍ବିଙ୍କଲ ଖନ୍ନା ୨୯ ଡିସେମ୍ବର, ୧୯୭୪ରେ ପୁନେରେ ଜନ୍ମଗ୍ରହଣ କରିଥିଲେ।
୧୯୭୩ ମାର୍ଚ୍ଚ ମାସରେ ରାଜେଶ ଡିମ୍ପଲ କପାଡିଆଙ୍କୁ ବିବାହ କରିଥିଲେ। ତାଙ୍କର ୨ ଝିଅ ଟ୍ବିଙ୍କଲ ଏବଂ ରିଙ୍କି ଖନ୍ନା ଅଛନ୍ତି। ଟ୍ବିଙ୍କଲଙ୍କ ସହ ବାପା ରାଜେଶଙ୍କ ସମ୍ପର୍କ ସବୁଠାରୁ ସ୍ବତନ୍ତ୍ର। ଏ ନେଇ ଟ୍ବିଙ୍କଲ ସୋସିଆଲ ମିଡିଆରେ ଅନେକ ଥର ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି।
୨୦୧୮ରେ ଟ୍ବିଙ୍କଲ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ଯେତେବେଳେ ସେ ଛୋଟ ଥିଲେ ପ୍ରତିବର୍ଷ ଜନ୍ମଦିନରେ ତାଙ୍କ ଘରକୁ ଏକ ଟ୍ରକରେ ଭର୍ତ୍ତି ହୋଇ ଫୁଲ ଆସୁଥିଲା। ଏହି ଫୁଲ ତାଙ୍କ ବାପାଙ୍କ ପାଇ ଆସୁଥିଲା। କିନ୍ତୁ ଟ୍ବିଙ୍କଲକୁ କୁହାଯାଉଥିଲା ଯେ, ଉକ୍ତ ଫୁଲ ତାଙ୍କ ପାଇଁ ଆସିଛି । ମାତ୍ର ଟ୍ବିଙ୍କଲ ବଡ଼ ହେବା ପରେ ତାଙ୍କର ଏହି ଭୁଲ ଚିନ୍ତାଧାର ଦୂର ହୋଇଥିଲା। ସେ ଜାଣିଥିଲେ ଯେ, ଉକ୍ତ ଫୁଲ ଭର୍ତ୍ତି ଟ୍ରକ ତାଙ୍କ ପାଇଁ ନୁହେଁ ବରଂ ତାଙ୍କର ସୁପରଷ୍ଟାର ବାପାଙ୍କ ପାଇଁ ଆସୁଥିଲା। ବାପାଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଉକ୍ତ ଫୁଲ ପଠାଉଥିଲେ।

Share