ରଣବୀରଙ୍କୁ ପ୍ରେମିକା ଦେଲେ ଏହି ସ୍ବତନ୍ତ୍ର ଉପହାର: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏବେ ରାଜ୍‌ କରୁଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ସମ୍ପର୍କ ବିଷୟରେ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ନିକଟରେ ରଣବୀରଙ୍କୁ ଏକ ସାଇକେଲ ଚଲାଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ସାଇକେଲଟିକୁ ରଣବୀରଙ୍କୁ ତାଙ୍କ ପ୍ରେମିକା ଆଲିଆ ଉପହାର ରୂପେ ଦେଇଥିବା କୁହାଯାଉଛି। ହେଲେ ଅଫିସିଆଲ ଭାବେ ସେମିତି କିଛି ଜଣାପଡ଼ି ନାହିଁ। ରଣବୀର ଏହି ଲାଲ ରଙ୍ଗର ସାଇକେଲରେ ନୀଳ ରଙ୍ଗର ଜିନ୍ସ ଏବଂ ଟି ଶର୍ଟରେ ବହୁତ କୁଲ୍‌ ଦେଖାଯାଉଛନ୍ତି। ଏହି ସାଇକେଲର ମୂଲ୍ୟ ୧.୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

Share