୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍‌ର ଏହି ମାଲିକାଣୀ

ବର୍ତ୍ତମାନ ଆଇପିଏଲ୍‌ ମ୍ୟାଚ୍‌ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍‌ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏନେଇ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା ବିଷୟରେ ଜଣାଇଛନ୍ତି। ଏକ ଭିଡିଓରେ ପ୍ରୀତି କହିଛନ୍ତି, ସେ ବାୟୋ ବବୁଲରେ ରହୁଛନ୍ତି। ଏଥିସହ ସେ ନିଜକୁ କରୋନା ଟେଷ୍ଟର ରାଣୀ ବୋଲି କହିଛନ୍ତି। କାରଣ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଥର କରୋନା ଟେଷ୍ଟ କରିସାରିଛନ୍ତି। ଭିଡିଓରେ ପ୍ରୀତିଙ୍କର କରୋନା ଟେଷ୍ଟ ସମୟର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।
ଆହୁରି ମଧ୍ୟ ସେ କହିଛନ୍ତି, ଆଇପିଏଲ୍‌ ବାୟୋ ବବୁଲରେ ଜୀବନ ବିତାଇବା ତାଙ୍କୁ କିପରି ବୋଲି ଅନେକ ପ୍ରଶ୍ୱ କରୁଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି,ଏହା ୬ ଦିନର କ୍ୱାରାଣ୍ଟାଇନ। ପ୍ରତି ୩ରୁ ୪ ଦିନରେ ଥରେ କରୋନା ଟେଷ୍ଟ ହେଉଛି। ବାହାରକୁ ଯିବା ମନା। ଡ୍ରାଇଭର, ରେଷେୟା, ସମସ୍ତେ ବାୟୋ ବବୁଲରେ ରହୁଛନ୍ତି। ତେଣୁ ବାହାର ଲୋକଙ୍କ ସହ କୌଣସି କଥାବାର୍ତ୍ତା ନାହିଁ। ଶେଷରେ ମହାମାରୀ ମଧ୍ୟରେ ଆଇପିଏଲ୍‌ ହେଉଥିବାରୁ ଆମେ ଖୁସି ହେବା ଉଚିତ୍‌ ବୋଲି ସେ କହିଛନ୍ତି।