ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଏବଂ ହଲିଉଡ୍‌ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଲକ୍‌ଡାଉନ୍‌ ପାଇଁ ଲଣ୍ଡନରେ ଫସିଯାଇଛନ୍ତି। ତେବେ ପ୍ରିୟଙ୍କା ଲଣ୍ଡନରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ସେଲୁନ୍‌ ଯାଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ମା’ ମଧୁ ଚୋପ୍ରା ଏବଂ ତାଙ୍କର କୁକୁର ସାଥିଲେ ଥିଲେ। ଲଣ୍ଡନରେ ଫେବୃୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି କରାଯାଇଛି।
ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ବୁଧବାର ସନ୍ଧ୍ୟାରେ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ ଉଡ୍‌ଙ୍କ ସେଲୁନରେ ପହଞ୍ଚିଥିଲେ। ଉକ୍ତ ସମୟରେ ଜୋଶ୍‌ ମଧ୍ୟ ସେଲୁନରେ ଉପସ୍ଥିତ ଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ସେଲୁନରେ ପହଞ୍ଚି ପ୍ରିୟଙ୍କା ଏବଂ ଜୋଶଙ୍କୁ ସ୍ମାରକପତ୍ର ଦେଇଥିଲେ। ତେବେ ନିୟମ ଉଲ୍ଲଂଘନ ନେଇ ଉଭୟଙ୍କ ଉପରେ କୌଣସି ଦଣ୍ଡବିଧାନ କରାଯାଇ ନ ଥିବା ଜଣାପଡ଼ିଛି।

Share