ଫିଲ୍ମ ନିର୍ମାତା ଗିରଫ

ବଲିଉଡ୍‌ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ସ୍ତ୍ରୀଙ୍କୁ କାର୍‌ରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅନ୍ଧେରି କୋର୍ଟରେ ହାଜର କରାଯିବ। ମୁମ୍ବାଇର ଆମ୍ବୋଲି ପୋଲିସ ଆଇପିସିର ଧାରା ୨୭୯ ଏବଂ ୩୩୮ ଅନୁଯାୟୀ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଅକ୍ଟୋବର ୧୯ ରେ ଅନ୍ଧେରି (ପଶ୍ଚିମ) ରେ ଥିବା ଏକ ଆପାର୍ଟମେଣ୍ଟର ପାର୍କିଂ ସ୍ଥାନରେ କମଲ କିଶୋର ସ୍ତ୍ରୀ ତଥା ଅଭିନେତ୍ରୀ ଜସ୍ମିନଙ୍କ ଉପରେ କାର୍‌ ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣାରେ ଜସ୍ମିନ ଆହତ ହୋଇଥିଲେ।
୯ ବର୍ଷ ପୂର୍ବେ କମଲ ଏବଂ ଜସ୍ମିନ ବିବାହ କରିଥିଲେ। କମଲ ଏବେ ଅନ୍ୟ ଜଣେ ମଡେଲଙ୍କ ସହ ସମ୍ପର୍କ ରଖିଛନ୍ତି। ଘଟଣା ଦିନ ଜାସ୍ମିନ ତାଙ୍କ ସ୍ବାମୀଙ୍କୁ ଖୋଜିବା ପାଇଁ ପାର୍କିଂ ସ୍ଥାନକୁ ଆସିଥିଲେ। ସେଠାରେ ସେ ତାଙ୍କ ସ୍ବାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ କାରରେ ବସି ରୋମାନ୍ସ କରୁଥିବାର ଦେଖିଥିଲେ। ତାପରେ ସେ କାରର ୱିଣ୍ଡୋ ବାଡେଇଥିଲେ। ଏଥିରେ ରାଗିଯାଇ କମଲ କାର୍‌ ବୁଲାଇ ତାଙ୍କୁ ଧକ୍କା ଦେଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା।

Share