ଭାଜପାରେ ସାମିଲ ହେଲେ ମାହି ଗିଲ, ପୂର୍ବରୁ କଂଗ୍ରେସ ପାଇଁ କରିଥିଲେ ପ୍ରଚାର

ଚଣ୍ଡିଗଡ,୭।୨: ପଞ୍ଜାବର ସମସ୍ତ ୧୧୭ଟି ଆସନ ପାଇଁ ଫେବୃଆରୀ ୨୦ରେ ମତଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣନା କରାଯିବ। ସେପଟେ ଅଭିନେତ୍ରୀ ମାହି ଗିଲ ଆଜି ଭାଜପାରେ ଯୋଗ ଦେଇଛନ୍ତି । ହିନ୍ଦୀ ଫିଲ୍ମ ବ୍ୟତୀତ ମାହି ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।
ସୂଚନା ଅନୁଯାୟୀ, ଅଭିନେତ୍ରୀ ମାହି ଗିଲ ଏବଂ ପଞ୍ଜାବୀ ଅଭିନେତା-ଗାୟକ ହବି ଧାଲିୱାଲ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେନ୍ଦ୍ର ମନ୍ତ୍ରୀ ତଥା ପଞ୍ଜାବ ଭାଜପା ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖାୱାତ ଏବଂ ପଞ୍ଜାବ ଭାଜପା ଦାୟିତ୍ୱରେ ଥିବା ଦୁଶାନ୍ତ ଗୌତମଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି। ସେ ଗତ ବର୍ଷ ଡିସେମ୍ବରରେ ୱାର୍ଡ ନଂ ୨ରୁ କଂଗ୍ରେସ ପ୍ରାର୍ଥୀ ହରମୋହିନ୍ଦର ସିଂ ଲକିଙ୍କ ପାଇଁ ପ୍ରଚାର କରିଥିଲେ ।

Share