କଶ୍ମୀରକୁ ଫେରିଲା ବଲିଉଡ୍‌

ବମ୍ବେ: ଦିନ ଥିଲା ଅନେକ ବଲିଉଡ୍‌ ଫିଲ୍ମର ଶୁଟିଂ କଶ୍ମୀରରେ ହେଉଥିଲା। ‘ଜଙ୍ଗଲୀ’ଠାରୁ ଆରମ୍ଭ କରି ‘ଜବ ତକ୍‌ ହୈ ଜାନ୍‌’ ପର୍ଯ୍ୟନ୍ତ ଅନେକ ସିନେମାରେ କଶ୍ମୀରର ସୁନ୍ଦର ତଥା ମନୋଲୋଭା ପରିବେଶ ନଜର ଆସିଛି। ହେଲେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଏହି ରୋମାଣ୍ଟିକ୍‌ ଡେଷ୍ଟିନେଶନରୁ ବଲିଉଡ୍‌ ମୁହଁ ଫେରାଇ ନେଇଥିଲା। ଏବେ କିନ୍ତୁ ପୁଣିଥରେ ପୂର୍ବାବସ୍ଥା ଫେରିବ ବୋଲି ଆଶା କରାଯାଉଛି।

ବଲିଉଡ୍‌ ନିର୍ଦ୍ଦେଶକ ଅନିର ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଚାହିଏ ଥୋଡା ପ୍ୟାର’ ଲାଗି ନିଜର ଟିମ୍‌ ସହ କଶ୍ମୀରର ଗୁରେଜ ଉପତ୍ୟକାରେ ପହଞ୍ଚିଛନ୍ତି। ତାଙ୍କ ସହ ପ୍ରାୟ ୨୫ଜଣିଆ ଟିମ୍‌ ଆଗାମୀ କିଛି ଦିନ ଲାଗି ଏହି ଘାଟିରେ ଶୁଟିଂ କରିବେ ବୋଲି ଜଣାପଡ଼ିଛି। ଏହାର କିଛି ଫଟୋ ଏବେ ଭାଇରାଲ ହେଉଛି।

୨୦୨୧ ଫେବୃୟାରୀରେ ଭାରତ-ପାକିସ୍ତାନ ସେନା ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଏଗ୍ରିମେଣ୍ଟ ସ୍ବାକ୍ଷରିତ ହେବା ପରେ ଗୁରେଜ ଘାଟିରେ ଶାନ୍ତି ଫେରିଛି। ଏହା ଏବେ ପସନ୍ଦର ପର୍ଯ୍ୟଟନ କ୍ଷେତ୍ର ଭାବେ ଯାତ୍ରୀଙ୍କୁ ଆକୃଷ୍ଟ କରୁଛି।

Share