ଶେଷରେ ମୁହଁ ଖୋଲିଲେ ସୈଫ୍‌: ଝିଅ ସାରାଙ୍କ ବିଷୟରେ କହିଲେ ଏମିତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ଖବର ସାମ୍ନାକୁ ଆସିଲା। ଏହା ପରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବଲିଉଡ୍‌ର ଅନେକ କଳାକାରଙ୍କ ନାଁ ମଧ୍ୟ ଜଣାପଡ଼ିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ,ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର ଆଦି ରହିଛନ୍ତି। ଏମାନଙ୍କୁ ପଚରାଉଚରା ପାଇଁ ଏନ୍‌ସିବି ଅନେକ ସମୟରେ ଡାକୁଛି। ଏହା ପରେ ଖବର ଆସିଥିଲା ଯେ, ସାରାଙ୍କ ନାମ ଜଣାପଡ଼ିବା ପରେ ପିତା ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କ ଉପରେ ବିରକ୍ତ ହୋଇଥିଲେ। ଏଥିସହ ଏହି ମାମଲାରେ ତାଙ୍କୁ କୌଣସି ସାହାଯ୍ୟ କରିବେ ନାହିଁ ବୋଲି କହିଥିବା ଖବର ଆସିଥିଲା। ହେଲେ ଏହି ମାମଲାରେ ସୈଫ୍‌ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସେ ସବୁବେଳେ ତାଙ୍କର ୩ ପିଲାଙ୍କ ସହ ରହିଛନ୍ତି। ୩ ପିଲାଙ୍କୁ ସେ ବହୁତ ଭଲ ପାଆନ୍ତି। ଡ୍ରଗ୍ସ ମାମଲାରେ ସାରାଙ୍କୁୁ କୌଣିସ ସାହାଯ୍ୟ କରିବେ ନାହିଁ ବୋଲି ପ୍ରଶ୍ନରେ ସୈଫ୍‌ କହିଥିଲେ, ଏହା ସମ୍ପୂର୍ଣ୍ଣ ମିଛ। ସେ ସବୁବେଳେ ସାରାଙ୍କ ସହ ଅଛନ୍ତି ବୋଲି କହିଥିଲେ।

Share