ମାସ୍କ ପିନ୍ଧି ସାଇକେଲ ଚଲାଇଲେ ସଲମାନ୍‌ ଖାନ୍‌: ୟୁଜର୍ସ କହିଲେ ଏମିତି…

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ଉଦାରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କରୋନା ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଅଭାବୀ ଲୋକଙ୍କ ପାଇଁ ସେ ଟଙ୍କାଠାରୁ ଆରମ୍ଭ କରି ଖାଦ୍ୟ ପ୍ୟାକେଟ ପର୍ଯ୍ୟନ୍ତ ପଠାଇଛନ୍ତି। କିନ୍ତୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଟ୍ରୋଲରଙ୍କ ଟାର୍ଗେଟରେ ରହିଛନ୍ତି। ଏହି ସମୟରେ ସେ ଯେଉଁ ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି ୟୁଜର୍ସଙ୍କ ଆକ୍ରୋସର ଶିକାର ହେଉଛନ୍ତି। ଏବେ ସେ ସାଇକେଲ ଚଲାଉଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସଲମାନ୍‌ ଧୂସର ରଙ୍ଗର ଏକ ଟି ସର୍ଟ ପିନ୍ଧିଥିବା ବେଳେ ମାସ୍କ ଲଗାଇଥିବା ଦେଖିବାକୁ ମିଳୁଛି। ଏହି ଫଟୋ ଶେୟାର କରି ସଲମାନ୍‌ ତାଙ୍କ ପ୍ରଶଂସକଙ୍କୁ ସୁରକ୍ଷିତ ରହିବାକୁ ମଧ୍ୟ କହିଛନ୍ତି। କିନ୍ତୁ କିଛି ୟୁଜର୍ସ ତାଙ୍କର ଏହି ଫଟୋକୁ ଦେଖି ପୁଣିଥରେ ‘ହିଟ୍‌ ଆଣ୍ଡ ରନ୍‌’ କଥା ମନେ ପକାଇଛନ୍ତି। କିଛି ଲୋକ ତାଙ୍କର ଏହି ଫଟୋକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ତାଙ୍କର ପରିହାସ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଭାଇ ଫୁଟ୍‌ପାଥରେ ସାଇକେଲ ଚଲାନ୍ତୁ ନାହିଁ। ସେହିପରି ଆଉ ଜଣେ ଲେଖିଛନ୍ତି, ସାବଧାନ, ସଲମାନ୍‌ ଖାନ୍‌ ସାଇକେଲ ଚଲାଉଛନ୍ତି।

Share