ସଲମାନଙ୍କ ପାଇଁ ମା’ ହୋଇପାରିଥିଲେ ଏହି ଅଭିନେତ୍ରୀ

ଟିଭି ଏବଂ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଅନ୍ୟତମ କଶ୍ମିରା ଶାହା। ନିକଟରେ ତାଙ୍କୁ ରିଆଲିଟି ଶୋ’‘ବିଗ୍‌ ବସ୍‌’ରେ ଦେଖିବାକୁ ମିଳିଥିଲା। କିନ୍ତୁ ବିଗ୍‌ ବସ୍‌ ଘରେ ତାଙ୍କର ଯାତ୍ରା ବେଶିଦିନ ତିଷ୍ଠି ନ ଥିଲା। ମାତ୍ର ବୋଲ୍ଡ ଫଟୋସୁଟ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସ୍ବାମୀ କୃଷ୍ଣ ଅଭିଷେକ ମଧ୍ୟ ସ୍ତ୍ରୀଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
କଶ୍ମିରା ୨୦୧୩ ମସିହାରେ କୃଷ୍ଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ବିବାହ ପରେ ମା’ ହେବାର ସୌଭାଗ୍ୟ ତାଙ୍କୁ ସହଜରେ ମିଳି ନ ଥିଲା। ୧୪ ଥର ଅସଫଳ ହେବା ପରେ ସଲମାନ୍‌ ଖାନ୍‌ଙ୍କ ପରାମର୍ଶ ଅନୁସରଣ କରି ସେ ମା’ ହୋଇପାରିଥିଲେ। ପ୍ରକୃତରେ ସଲମାନ ତାଙ୍କୁ ବିଜ୍ଞାନର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ସଲମାନଙ୍କ ଏହି ପରାମର୍ଶ ପରେ କଶ୍ମିରା ଏବଂ କୃଷ୍ଣ ମା’ବାପା ହେବାର ସୌଭାଗ୍ୟ ପାଇପାରିଥିଲେ।

Share