ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ ମାମଲାରେ ପ୍ରାୟ ମାସେ ହେବ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏଥିରୁ ମୁକ୍ତି ପାଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟ ପରେ ତାଙ୍କୁ ଜାମିନ ମିଳିଛି।
ଡ୍ରଗ୍ସ କାରବାର ମାମଲାରେ ରାଗିଣୀଙ୍କୁ ୪ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। ନଭେମ୍ବର ୨ରେ କର୍ଣ୍ଣାଟକ ହାଇକୋର୍ଟ ରାଗିଣୀ ଏବଂ ଅନ୍ୟ ଜଣେ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଏହି ମାମଲା ସେପ୍ଟେମ୍ବରରେ ସାମ୍ନାକୁ ଆସିଥିଲା। ଏନସିବି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା, ଯିଏକି ବାଙ୍ଗାଲୋରରେ ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟିର ଆୟୋଜନ କରୁଥିଲେ। ଏହି ଘଟଣାର ତଦନ୍ତ ପରେ ଅନେକ ଡ୍ରଗ ବେପାରୀଙ୍କୁ ଗିରଫ କରାଯାଇଥିଲା। ପରେ ରାଗିଣୀ ଦ୍ୱିବେଦୀ, ସଞ୍ଜନା ଗାଲାନୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।