ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କ ଝିଅ ସୁହାନା ଖାନ୍ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଏପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ କୌଣସି ସୁପରଷ୍ଟାରଙ୍କଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହନ୍ତି। ତାଙ୍କର ଅନେକ ଫ୍ୟାନ୍ କ୍ଲବ ମଧ୍ୟ ରହିଛି। ଏହି କାରଣରୁ ସୁହାନାଙ୍କର କୌଣସି ଫଟୋ ପୋଷ୍ଟ ହେବା ମାତ୍ରେ ଇଣ୍ଟରନେଟ୍ରେ ତାହା ଭାଇରାଲ ହୋଇଥାଏ। ଏବେ ସେମିତି କିଛି ଫଟୋ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ପୋଷ୍ଟ ହୋଇଥିବା ଗୋଟିଏ ଫଟୋରେ ସୁହାନା କାନ୍ଦୁଥିବା ପରି ଦେଖାଯାଉଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଦୁଃଖୀ ଲାଗୁଛନ୍ତି। ତାଙ୍କର ଏପରି ଫଟୋ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।