ବୋହୂକୁ ୨୦ କ୍ୟାରେଟ୍‌ ହୀରା ମୁଦି ଦେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ରଖିଛନ୍ତି ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ସବୁଠାରୁ ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଏ। ସୁଯୋଗ ମିଳିବା ମାତ୍ରେ ସେ ନିଜର ଫିଟ୍‌ ଶରୀରକୁ ପ୍ରଦର୍ଶିତ କରିଥାନ୍ତି। ଫିଟ୍‌ନେସ୍‌ ସାଙ୍ଗକୁ ଶିଳ୍ପା ବିଶେଷ ଉତ୍ସବରେ ନିଜର ଅଳଙ୍କାରକୁ ମଧ୍ୟ ପ୍ରଦର୍ଶିତ କରିବାକୁ ଭୁଲି ନ ଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପାଙ୍କ ପାଇଁ ତାଙ୍କର ସବୁଠାରୁ ମୂଲ୍ୟବାନ ଅଳଙ୍କାର ମଧ୍ୟରୁ ଗୋଟିଏ ହେଉଛି ୨୦ କ୍ୟାରେଟର ହୀରା ମୁଦି। ଏହି ମୁଦିକୁ ସେ ପୁଅ ଭିଆନ୍‌ର ସ୍ତ୍ରୀ ଅର୍ଥାତ୍‌ ନିଜ ବୋହୂକୁ ଦେବାକୁ ଚାହୁଁଛନ୍ତି। କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ତାହା ହେଉଛି, ଯଦି ବୋହୂ ତାଙ୍କପ୍ରତି ଭଲ ବ୍ୟବହାର କରନ୍ତି, ତେବେ ଯାଇ ସେ ବୋହୂକୁ ଉକ୍ତ ମୁଦି ଦେବେ ବୋଲି କହିଛନ୍ତି।
ଆହୁରି ମଧ୍ୟ ଶିଳ୍ପା କୁହନ୍ତି, ମୁଁ ସବୁବେଳେ ମୋର ପୁଅକୁ କହିଥାଏ ଯେ, ମୋର ଭବିଷ୍ୟତର ବୋହୂ ମୋ ପ୍ରତି ଭଲ ବ୍ୟବହାର କଲେ ମୁଁ ତାକୁ ମୋର ୨୦ କ୍ୟାରେଟ ହୀରା ମୁଦି ଦେବି। ନଚେତ୍‌ ଏକ ଛୋଟ ମୁଦିରେ ତାକୁ କାମ ଚଳାଇବାକୁ ପଡ଼ିବ ବୋଲି ଶିଳ୍ପା କହିଛନ୍ତି।

Share