ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟଙ୍କ ପରଲୋକ

ମୁମ୍ବାଇ,୧୨ ।୯: ବଲିଉଡ୍ ଗାୟିକା ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟ ପୋଡୱାଲଙ୍କ ଶନିବାର ମାତ୍ର ୩୫ ବର୍ଷ ବୟସରେ ପରଲୋକ ହୋଇଛି । କିଛିଦିନ ହେବ ସେ କିଡ୍‌ନୀ ସମସ୍ୟାରେ ପୀଡିତ ଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ବଲିଉଡ୍ ଗାୟକ ଶଙ୍କର ମହାଦେବନ ପ୍ରଥମେ ଟୁଇଟ୍ କରି ଜଣାଇଥିବା ବେଳ ଅନୁରାଧାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଶଙ୍କର ଲେଖିଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ଖବରକୁ ମୁଁ ସହଜରେ ବିଶ୍ୱାସ କରିପାରୁ ନାହିଁ । ଏପଟେ ୨୦୨୦ରେ କରୋନା ମହାମାରୀ ଲୋକଙ୍କ ଉପରେ ଦାଉ ସାଧିଥିବା ବେଳେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଛି କହିଲେ ଚଳେ ।

Share