ବଲିଉଡ୍‌ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ।
ଶାନଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ତେବେ ତାଙ୍କ ମା’ ସୋନାଲି ମୁଖାର୍ଜୀ ଗୀତ ଗାଇ ନିଜ ପିଲାମାନଙ୍କୁ ପ୍ରତିପୋଷଣ କରିଥିଲେ। ଶାନଙ୍କ ମା’ଙ୍କ ମୃତ୍ୟୁ ହେତୁ ଇଣ୍ଡଷ୍ଟ୍ରିର ଶୋକର ଲହରୀ ଖେଳିଯାଇଛି। ପ୍ରଶଂସକ ଏବଂ ଅନେକ ଷ୍ଟାର ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି।

Share