ମୁମ୍ବାଇ: କୁହାଯାଏ, ଯୋଡ଼ି ଭଗବାନ ତିଆରି କରିଥାନ୍ତି। ଏହି କାରଣରୁ କେତେକ ସମ୍ପର୍କ ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନ ଥାଏ। ଏମିତି ବି ବଲିଉଡ୍ର କିଛି ଗାୟକଙ୍କ କ୍ଷେତ୍ରରେ ଘଟିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ହିମେଶ ରେଶମିୟା:
ବଲିଉଡ୍ ଗାୟକ ତଥା ଅଭିନେତା ହିମେଶ ରେଶମିୟା ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ପ୍ରଫେଶନକୁ ନେଇ ହେଉ କି ବ୍ୟକ୍ତିଗତ ଜୀବନକୁ ନେଇ ହେଉ। ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହିମେଶ ଦ୍ୱିତୀୟ ବିବାହ କରିଛନ୍ତି। ୨୦୧୭ରେ ସେ ୨୨ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏହା ପରେ ୨୦୧୮ରେ ତାଙ୍କ ଗର୍ଲଫ୍ରେଣ୍ଡ ସୋନିଆ କପୁରଙ୍କୁ ବିବାହ କରିଥିଲେ।
ଉଦିତ୍ ନାରାୟଣ:
ବଲିଉଡ୍ର ଶ୍ରେଷ୍ଠ ଗାୟକ ଉଦିତ୍ ନାରାୟଣଙ୍କ କ୍ୟାରିୟର ଆରମ୍ଭରେ ସେ ରଞ୍ଜନା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ମୁମ୍ବାଇ ଆସି ସେ ବେଶ୍ ନାମ କମାଇଥିଲେ। ପରେ ମୁମ୍ବାଇରେ ଦୀପା ନାମକ ଆଉ ଜଣେ ମହିଳାଙ୍କୁ ସେ ବିବାହ କରିଥିଲେ। ଏହା ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଯେତେବେଳେ ଜଣାପଡ଼ିଲା ସେ ଖୁବ୍ ହଙ୍ଗାମା କରିଥିଲେ। ଏବେ ଉଦିତ୍ ନାରାୟଣ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ସହ ରହୁଛନ୍ତି।
ସେହିପରି ବଲିଉଡ୍ର ପ୍ରସିଦ୍ଧ ଗାୟକ କିଶୋର କୁମାର, ଅରିଜିତ୍ ସିଂହ, କୁମାର ସାନୁ, ମହମ୍ମଦ ରଫି ପ୍ରମୁଖ ଦ୍ୱିତୀୟ ବିବାହ କରିଛନ୍ତି।