ଐଶ୍‌-ସଲମାନଙ୍କ ବ୍ରେକଅପ୍‌ ପଛର ପ୍ରକୃତ ସତ୍ୟ,ସୋହେଲ ଉଠାଇଲେ ପରଦା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ଥିଲେ ସଲମାନ ଖାନ୍‌ ଏବଂ ଐଶ୍ୱର୍ଯ୍ୟା ରାୟ। ସଞ୍ଜୟ ଲିଲା ବନ୍‌ଶାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ ସେଟ୍‌ରେ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ଶୁଟିଂ କରୁ କରୁ ସତ ସତିକା ପ୍ରେମ କରି ବସିଥିଲେ ଦୁହେଁ। ହେଲେ ଏହି ପ୍ରେମ ବେଶି ଦିନ ତିଷ୍ଠି ପାରି ନ ଥିଲା। ପରେ ସେମାନଙ୍କ ବ୍ରେକ୍‌ଅପ୍‌ ବହୁତ ଚର୍ଚ୍ଚାରେ ରହିଥିଲା। ଅଲଗା ହେବା ପରେ ଅଭିନେତାଙ୍କ ଉପରେ ଶାରିରୀକ ଏବଂ ମାନସିକ ଶୋଷଣ କରିଥିବାର ଅଭିଯୋଗ ଆଣିଥିଲେ ଐଶ୍‌। ଏମିତିରେ ଏବେ ସୋହେଲ ଉଭୟଙ୍କ ବ୍ରେକ୍‌ଅପ୍‌କୁ ନେଇ କରିଥିବା ଏକ କମେଣ୍ଟ ବେଶ୍‌ ଭାଇରାଲ ହେଉଛି।

ସୋହେଲ ସଲମାନଙ୍କ ଉପରେ ବିଭିନ୍ନ ଅଭିଯୋଗ ଆଣିବାକୁ ନେଇ ଐଶ୍ୱର୍ଯ୍ୟାଙ୍କ ସମାଲୋଚନା କରିଥିଲେ। ଡିଏନ୍‌ଏକୁ ଦେଇଥିବା ସାକ୍ଷାତକାରରେ ସୋହେଲ କହିଥିଲେ, ଐଶ୍ୱର୍ଯ୍ୟା ଏବେ ସର୍ବସାଧାରଣରେ କାନ୍ଦୁଛନ୍ତି। ହେଲେ ସେ ପରିବାରର ସଦସ୍ୟ ଭଳି ଆମ ସହ ସମୟ ବିତାଉଥିଲେ। ସେତେବେଳେ ସେ କେବେ ବି ଏହି ସମ୍ପର୍କକୁ ସ୍ବୀକାର କରିଥିଲେ କି? ହୁଏତ ନା, କାରଣ ସେ କେବେ ବି ସ୍ବୀକାର କରି ନାହାନ୍ତି। ଐଶ୍‌ଙ୍କ ଏହି ବ୍ୟବହାର ସଲମାନ ନିଜକୁ ଅସୁରକ୍ଷିତ ମନେ କରୁଥିଲେ। ସଲମାନ ସବୁବେଳେ ଜାଣିବାକୁ ଚାହୁଁଥିଲେ ଯେ ସେ ତାଙ୍କୁ କେତେ ଭଲପାଆନ୍ତି, ହେଲେ ଐଶ୍‌ କଦାବି ସେନେଇ କଥାବାର୍ତ୍ତା କରୁ ନ ଥିଲେ।

Share