ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ କେବଳ ଜଣେ କଳାକାର ଭାବରେ ନୁହେଁ ବରଂ ଗରିବଙ୍କ ଭଗବାନ୍ ଭାବରେ ଜଣାଶୁଣା। ଲକ୍ଡାଉନ୍ ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଅନେକ ଲୋକ ବର୍ତ୍ତମାନ ତାଙ୍କୁ ଭଗବାନ୍ ଭାବରେ ମାନୁଛନ୍ତି। ଯେଉଁ କାରଣରୁ ସେମାନେ ସୋନୁଙ୍କ ପାଇଁ ସୋସିଆଲ ମିଡିଆରେ ସ୍ବତନ୍ତ୍ର ପୋଷ୍ଟ ଶେୟାର କରୁଛନ୍ତି ।
ବର୍ତ୍ତମାନ ସୋନୁଙ୍କୁ ବିହାରର ଜଣେ ଝିଅ ବିବାହକୁ ନିମନ୍ତ୍ରଣ କରିଛନ୍ତି। ଟୁଇଟରରେ ନେହା ନାମକ ଝିଅ ତାଙ୍କ ବିବାହ କାର୍ଯ୍ୟକ୍ରମକୁ ସୋନୁଙ୍କୁ ଡାକିଛନ୍ତି। ତାଙ୍କ ବିବାହ କାର୍ଡ ଶେୟାର କରି ନେହା ଲେଖିଛନ୍ତି, ‘ସରି ସାର୍, ମୁଁ ଉତ୍ସାହରେ ଆପଣଙ୍କ ନାମ କାର୍ଡରେ ଲେଖିବାକୁ ଭୁଲିଗଲି। ଆପଣ ବିବାହକୁ ଆସିଲେ ମୁଁ ଦୁନିଆର ଭାଗ୍ୟଶାଳୀ ଝିଅ ହେବି। ମୁଁ ତୁମ ଆସିବାକୁ ଆପେକ୍ଷା କରିବି ’। ନେହାଙ୍କଙ୍କ ନିମନ୍ତ୍ରଣକୁ ସୋନୁ ଗ୍ରହଣ କରି ଲେଖିଛନ୍ତି, ‘ଆସନ୍ତୁ ବିହାରର ବିବାହ ଦେଖିବା’। ବର୍ତ୍ତମାନ ନେହାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।