ଜନ୍ମଦିନ ପାଳନ କରନ୍ତି ନାହିଁ ସୋନୁ ସୁଦ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି। କରୋନା ଯୋଗୁ ଲକ୍‌ଡଉନ୍‌ ହେବା ପରଠାରୁ ଲୋକଙ୍କୁ ସହାୟତାର ହାତ ବଢାଇଆସୁଛନ୍ତି ସୋନୁ ସୁଦ। ତାଙ୍କ ବିଷୟରେ ଏକ ରୋଚକ ତଥ୍ୟ ରହିଛି। ସୋନୁ ତାଙ୍କ ଜନ୍ମଦିନ କେବେ ପାଳନ କରନ୍ତି ନାହିଁ । ଏହା ପଛରେ ଏକ କାରଣ ଅଛି, ଯାହା ସୋନୁ ନିଜେ ଏକ ସାକ୍ଷାତକାର ସମୟରେ କହିଥିଲେ। ମାଙ୍କର ମୃତ୍ୟୁ ପରଠାରୁ ସେ ତାଙ୍କ ଜନ୍ମଦିନ ପାଳନ କରିବା ବନ୍ଦ କରି ଦେଇଛନ୍ତି। ସୋନୁ ସୁଦଙ୍କ ଅଭିନୟ କ୍ୟାରିୟର ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ବିଷୟରେ ଖୁବ କମ ଲୋକ ଜାଣନ୍ତି। ୧୯୯୬ରେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିବାବେଳେ ସେ ସୋନାଲିଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ସୋନାଲି ଲାଇମଲାଇଟ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ସୋନୁଙ୍କ ଦୁଇଟି ପୁଅ ଅଛନ୍ତି।

Share