ବର୍ଷର ସବୁଠାରୁ ବଡ଼ ଠକେଇ ସୋନୁ ସୁଦଙ୍କ ସହାୟତା!

ମହାମାରୀ କରୋନା ଯୋଗୁ ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ଗରିବ ତଥା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ପ୍ରକୃତ ହିରୋ ପାଲଟିଯାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଜଣେ କି ଦୁଇ ଜଣଙ୍କୁ ନୁହେଁ ହଜାର ହଜାର ସଂଖ୍ୟା ଲୋକଙ୍କୁ ସୋନୁ ସାହାଯ୍ୟ କରିଛନ୍ତି। ଏପରି ଭଲ କାମ ପାଇଁ ସବୁଆଡେ ସୋନୁଙ୍କୁ ନେଇ ଚର୍ଚ୍ଚା ହେଉଛି। ହେଲେ ଏମିତି ବି କେତେକ ଲୋକ ରହିଛନ୍ତି, ଯେଉଁମାନେ ସୋନୁଙ୍କ ଏପରି କାମକୁ ନେଇ ସମାଲୋଚନା କରୁଛନ୍ତି। ପିଆର୍‌ ପାଇଁ ସେ ଏସବୁ କରୁଥିବା କିଛି ଲୋକ କହୁଛନ୍ତି। ଖାଲି ସେତିକି ନୁହେଁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ କରାଯାଉଛି। ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି।
ସ୍ନେହାଲ ନାମକ ଜଣେ ଟୁଇଟର ୟୁଜର ସୋନୁଙ୍କୁ ଜଣେ ଅସୁସ୍ଥ ଶିଶୁର ସାହାଯ୍ୟ ପାଇଁ ଜଣାଇଥିଲେ। ସୋନୁ ମଧ୍ୟ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ। କିନ୍ତୁ ସୋନୁଙ୍କ ଏହି ଟୁଇଟ୍‌ ପରେ ତାଙ୍କ ଉପରେ ପ୍ରଶ୍ନ ଉଠିଛି।
ସେ ପ୍ରଶ୍ନ କରିଛନ୍ତି ଯେ, ସାହାଯ୍ୟ ମାଗୁଥିବା ନେଇ ସୋନୁ ସୁଦଙ୍କୁ ଟ୍ୟାଗ୍‌ କରାଯାଇ ନ ଥିଲା। ତେଣୁ ବିନା ଟ୍ୟାଗ୍‌ରେ ସୋନୁଙ୍କୁ କିପରି ଜଣାପଡ଼ିଲା ଯେ ସେ ସହାୟତା ମାଗିଛନ୍ତି ବୋଲି। ଏହା ପରେ ଅନେକ ୟୁଜର ସୋନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଏହା ବର୍ଷର ସବୁଠାରୁ ବଡ଼ ଠକେଇ ବୋଲି କିଛି ଲୋକ କହିବା ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ଅଭିନେତା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋନୁ ଏକ ଏକ୍ସେଲ ସିଟ୍‌ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଏହା ସବୁଠାରୁ ଭଲ କଥା ଭାଇ, ଜଣେ ଅଭାବୀ ଲୋକକୁ ମୁଁ ଖୋଜି ପାଇଛି, ଯେମିତି ସେ ମୋତେ ଖୋଜି ପାଇଲେ। କେବଳ ଏତିକି କଥା, କୌଣସି କାମକୁ କରିବା ପାଇଁ କେବଳ ଇଚ୍ଛାଶକ୍ତି ରହିବା ଆବଶ୍ୟକ। କିନ୍ତୁ ତୁମେ ବୁଝିପାରିବ ନାହିଁ ବୋଲି ସୋନୁ ଲେଖିଛନ୍ତି।

Share