‘ବଲିଉଡ, ସାଉଥ୍‌ ଫିଲ୍ମ ମଧ୍ୟରେ ବିଭାଜନ ହେବା ଉଚିତ୍‌ ନୁହେଁ’

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ ଅର୍ଥାତ୍‌ ଜୁନ୍‌ ୩ରେ ପେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହାରି ଅକ୍ଷୟ ଫିଲ୍ମର ପ୍ରମୋଶନ କରିବା ସହ ମିଡ଼ିଆ ସହ କଥାବାର୍ତ୍ତା ବି କରୁଛନ୍ତି। ଏହି ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ସାଉଥ୍‌ ଫିଲ୍ମ ହିନ୍ଦି ଫିଲ୍ମ ଠାରୁ କେମିତି ଭଲ ବିଜନେସ କରୁଛି। ଏହାକୁ ନେଇ ସେ କହିଥିଲେ, ବଲିଉଡ ଓ ସାଉଥ୍‌ ଫିଲ୍ମ ମଧ୍ୟରେ ବିଭାଜନ ହେବା ଉଚିତ୍‌ ନୁହେଁ। ଆମେ ସବୁ ଗୋଟିଏ ହିଁ ଇଣ୍ଡଷ୍ଟ୍ରି।
ଆହୁରି ମଧ୍ୟ କହିଛନ୍ତି, ଅଲ୍ଲୁ ଅର୍ଜୁନଙ୍କୁ ଖୁବ୍‌ଶୀଘ୍ର ମୋ ସହ କାମ କରିବା ଉଚିତ୍‌ ଏବଂ ମୁଁ ମଧ୍ୟ ଆଉ ଜଣେ ସାଉଥ ଆକ୍ଟରଙ୍କ ସହ କାମ କରିବି ।

Share