ପ୍ରଥମ ଥର ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ଭଳି ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ପରଦାରେ ଏକାଠି ସ୍କ୍ରିନ୍‌ ଶେୟାର କରିସାରିଛନ୍ତି। ଏହି ଯୋଡ଼ିଙ୍କୁ ମଧ୍ୟ ଦର୍ଶକ ପସନ୍ଦ କରୁଥିବା ବେଳେ ବାରମ୍ବାର ସେମାନଙ୍କୁ ଏକାଠି ଦେଖି ବୋର ହୋଇଯାଇଥାନ୍ତି। ଆଉ କିଛି ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏକାଠି ଅଭିନୟ କରିନାହାନ୍ତି। ତେବେ ଚଳିତ ବର୍ଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କାରଣ ଚଳିତ ବର୍ଷ ଦର୍ଶକମାନେ ପରଦାରେ ପ୍ରଥମ ଥର ପାଇଁ ନୂଆ ନୂଆ ଯୋଡ଼ିଙ୍କୁ ଏକାଠି ଦେଖିବାକୁ ପାଇବେ। ସୂଚନା ମୂତାବକ, ଖିଲାଡି ବୟ ଅକ୍ଷୟ କୁମାର ଓ ପୂର୍ବତନ ମିସ୍‌ ଓ୍ବାଲର୍‌ଡ ମାନୁଷୀ ଛିଲରଙ୍କୁ ପ୍ରଥମ ଥର ଏକାଠି ଦେଖିପାରିବେ ଦର୍ଶକ। ଖୁବ୍‌ଶୀଘ୍ର ଫିଲ୍ମ ‘ପୃଥ୍ବୀରାଜ’ରେ ଦୁହେଁ ଏକାଠି ନଜର ଆସିବେ। ଗୋଟିଏ ପଟେ ଗ୍ରୀକ୍‌ ଭଗବାନ କୁହାଯାଉଥିବା ହ୍ରିତିକ ରୋଶନ ଓ ଅନ୍ୟପଟେ ବଲିଉଡ୍‌ର ମୋଷ୍ଟ ବିୟୁଟିଫୁଲ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରି ମଧ୍ୟ ପରଦାରେ ମନରୋଞ୍ଜନର ଖୋରାକ୍‌ ଯୋଗାଇବ। ଦୁହେଁ ଫିଲ୍ମ ‘ଫାଇଟର’ରେ ଏକାଠି ନଜର ଆସିବେ ବୋଲି ଜଣାପଡ଼ିଛି। ସେହପିରି ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ଭୁଲ ଭୁଲେଆ-୨’ରେ କାର୍ତ୍ତିକ ଆର୍ୟନ ଓ କିଆରା ଆଡଭାନୀଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ଏହି ୨ଷ୍ଟାର ପ୍ରଥମ ଥର ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ସେହିଭଳି ବି ଟାଉନର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦୁହିଁଙ୍କ ଅଭିନୟ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଏହି ଯୋଡି ସିଲଭର ସ୍କ୍ରିନ୍‌ ଏକାଠି ଶେୟାର କରିବାକୁ ଯାଉଛନ୍ତି। ଅନ୍ୟପଟେ ରଣବୀର ସିଂ ଓ ଜାକଲିନ ଫର୍ନାଣ୍ଡିଜ୍‌ ମଧ୍ୟ ପ୍ରଥମ ଥର ପାଇଁ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସର୍କସରେ ନଜର ଆସିବେ।

Share