ଲଭ୍‌ ପାର୍ଟନରଙ୍କୁ ଦେଇଛନ୍ତି ଧୋକା

ବମ୍ବେ: ପ୍ରେମିକାଙ୍କୁ ଧୋକା ଦେବାରେ ଆଗରେ ଅଛନ୍ତି ବଲିଉଡ୍‌ର ଅନେକ ଅଭିନେତା। ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରଣବିର କପୁର ପର୍ଯ୍ୟନ୍ତ, ସମସ୍ତେ ନିଜର ଲଭ୍‌ଷ୍ଟୋରୀକୁ ନେଇ ରହିଥିଲେ ଚର୍ଚ୍ଚାରେ। ତାଲିକାରେ ଏପରି ଜଣେ ଅଭିନେତା ମଧ୍ୟ ଅଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ଚକିତ ମଧ୍ୟ ହୋଇପାରନ୍ତି। ଆସନ୍ତୁ ଜାଣିବା:

ରଣବିର କପୁର: ପ୍ରେମରେ ପଡ଼ିବା ମାମଲାରେ ଏହି ଅଭିନେତା ଶୀର୍ଷରେ। ପ୍ରଥମେ ତାଙ୍କ ନାମ ସୋନମ କପୁରଙ୍କ ସହ ଯୋଡ଼ା ଯାଇଥିଲା। ଡେବ୍ୟୁ ଫିଲ୍ମରୁ ହିଁ ପରସ୍ପରର ନିକଟତର ହୋଇଥିଲେ ଉଭୟେ। ହେଲେ ପରେ ଦୀପିକା ପାଦ୍ୟୁକୋନ୍‌ଙ୍କ ସହ ରଣବିରଙ୍କ ଯୋଡ଼ି ଚର୍ଚ୍ଚାରେ ରହିଥିଲା। ଉଭୟଙ୍କ ପ୍ରେମକାହାଣୀ ମଧ୍ୟରେ କଟ୍ରିନା କୈଫଙ୍କ ଏଣ୍ଟ୍ରି ସବୁ ବିଗାଡ଼ି ଦେଇଥିଲା। ରଣବୀର ତାଙ୍କୁ ଧୋକା ଦେଉଥିବା ଦୀପିକା ଜାଣିପାରିଥିଲେ। ପରବର୍ତ୍ତୀ ସମୟରେ କଟ୍ରିନାଙ୍କ ସହ ମଧ୍ୟ ବେଶିଦିନ ଚାଲିପାରି ନ ଥିଲା ପ୍ରେମଗାଡ଼ି। ଏବେ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିଛନ୍ତି ସେ। ଉଭୟ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି କୁହାଯାଉଛି।

ଅକ୍ଷୟ କୁମାର:
ବଲିଉଡ୍‌ର ଖିଲାଡ଼ି କିଙ୍ଗ ଅକ୍ଷୟଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ଅକ୍ଷୟ ଏବଂ ରବିନା ଟଣ୍ଡନଙ୍କ ଆଫେୟାରର ହୋଇଥିଲା। ଉଭୟଙ୍କ ମଧ୍ୟରେ ଶିଳ୍ପା ସେଟ୍ଟୀ ଆସିଯାଇଥିଲେ। ରବିନାଙ୍କୁ ନିର୍ବନ୍ଧ କରିଥିଲେ ହେଁ ଶିଳ୍ପାଙ୍କ ପାଇଁ ଉଭୟ ଅଲଗା ହୋଇଯାଇଥିଲେ। ଶିଳ୍ପାଙ୍କ ସହ ତାଙ୍କର ପ୍ରେମକାହାଣୀ ମଧ୍ୟ ବେଶିଦିନ ତିଷ୍ଠି ପାରି ନ ଥିଲା। ଟ୍ବିଙ୍କଲ ଖନ୍ନାଙ୍କୁ ଲୁଚିଲୁଚି ପ୍ରେମ କରିବା ଆରମ୍ଭ କରିଥିଲେ ଅକ୍ଷୟ। ଶିଳ୍ପା ତାହା ଜାଣିପାରି ଦୂରେଇ ଯାଇଥିଲେ। ଏବେ ଅକ୍ଷୟ ଏବଂ ଟ୍ବିଙ୍କଲ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

ଗୋବିନ୍ଦା: ବଲିଉଡ୍‌ର ହିରୋ ନମ୍ବର ଓ୍ବାନ୍‌ ଗୋବିନ୍ଦାଙ୍କ ନାଁ ରାଣୀ ମୁଖାର୍ଜୀଙ୍କ ସହ ଯୋଡ଼ି ହୋଇଥିଲା। ଅନ୍‌ସ୍କ୍ରିନରେ ରୋମାନ୍ସ କରୁ କରୁ ଉଭୟେ ପ୍ରେମରେ ପଡ଼ିଥିଲେ। ହେଲେ ସେତେବେଳେ ଗୋବିନ୍ଦା ବିବାହିତ ଥିଲେ। ଏଣୁ ପ୍ରେମରେ ପଡ଼ିବାର କିଛି ଦିନ ପରେ ନିଜ ଭୂଲ ଜାଣିପାରି ଗୋବିନ୍ଦା ରାଣୀଙ୍କଠାରୁ ଦୂରେଇ ଯାଇଥିଲେ। ସ୍ତ୍ରୀ ସୁନୀତା ମଧ୍ୟ ତାଙ୍କ ଦ୍ୱିତୀୟ ସୁଯୋଗ ଦେଇଥିଲେ।

Share