ସାବଧାନ ରହିବାକୁ କହିଲେ ସୁଜୈନ୍‌: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ସ୍ତ୍ରୀ ତଥା ଉଦ୍ୟୋଗୀ ସୁଜୈନ ଖାଁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ କିଛି ଦିନ ତଳେ ହ୍ୟାକ୍‌ ହୋଇଯାଇଥିଲା। ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲମ୍ବା ପୋଷ୍ଟ ଶେୟାର କରି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ କିପରି ହ୍ୟାକ୍‌ କରାଯାଇଥିଲା ସେ ବିଷୟରେ କହିଛନ୍ତି। ଏଥିସହ ତାଙ୍କ ଭଳି ଭୁଲ ନ କରିବାକୁ ନିଜ ପ୍ରଶଂସକଙ୍କୁ କହିଛନ୍ତି।
ସେ ଲେଖିଛନ୍ତି, ମୋର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଏକ ନକଲି ଇମେଲ ଦ୍ୱାରା ହ୍ୟାକ୍‌ କରାଯାଇଥିଲା, ଯାହାକି ଇନ୍‌ଷ୍ଟାଗ୍ରାମ୍‌ ପରି ଦେଖାଯାଉଥିଲା। ତାହା ଜାଣି ନ ପାରି ସେ ଉକ୍ତ ବଟନ୍‌ ଉପରେ କ୍ଲିକ୍‌ କରିଦେଇଥିଲେ। ଏହା ପରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ହୋଇଯାଇଥିଲା। ତେଣୁ ସେ ଅଣ ବିଶ୍ୱସ୍ତ ଇମେଲ୍‌ କିମ୍ବା ମେସେଜ୍‌ ଉପରେ କ୍ଲିକ୍‌ ନ କରିବାକୁ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ସେ ଇନ୍‌ଷ୍ଟାଗ୍ରାମ୍‌ ଟିମ୍‌କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେ ଲେଖିଛନ୍ତି, ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରି ମୋ ଆକାଉଣ୍ଟକୁ ଫେରାଇ ଆଣିଥିବାରୁ ଇନ୍‌ଷ୍ଟାଗ୍ରାମ୍‌ ଟିମ୍‌କୁ ଧନ୍ୟବାଦ। ଶେଷରେ ସୁଜୈନ୍‌ ଭାଇରାଲ ଚୋରଙ୍କଠାରୁ ସାବଧାନ ରହିବାକୁ କହିଛନ୍ତି।

Share