Categories: ଜାତୀୟ

ମହିଳା ଏମ୍‌ପିଙ୍କୁ ହତ୍ୟା ଧମକ: ଲୋଡିଲେ ସହାୟତା

କୋଲକତା,୧।୧୦: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ଅଭିନେତ୍ରୀ ନୁଶରତ ଜାହାଁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏବେ ସେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କଠାରୁ ସୁରକ୍ଷା ଲୋଡିଛନ୍ତି। ନୁଶରତ ଏକ ବଙ୍ଗଳା ଚଳଚ୍ଚିତ୍ରର ଶୁଟିଂ ପାଇଁ ଲଣ୍ଡରେ ଅଛନ୍ତି। ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏହି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୮ ରେ ନୁଶରତ ନିଜ ଇନଷ୍ଟାଗ୍ରାମ ଏବଂ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଜଣେ ମହିଷାସୁର ମର୍ଦ୍ଦିନୀ ଭାବେ ନଜର ଆସିଥିଲେ। ଏହା ପରେ ଯୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ। ବଙ୍ଗଳା ଭାଷାରେ ନୁସରତ ଜାହାଁଙ୍କ ବିରୋଧରେ ଲେଖାଯାଇଥିବା ଏକ ମନ୍ତବ୍ୟରେ କୁହାଯାଇଛି ଯେ ତୁମେ ନିଜକୁ ବଞ୍ଚାଇ ପାରିବ ନାହିଁ, ତୁମର ପୃଥିବୀର ଭଗବାନ ତୁମକୁ ବଞ୍ଚାଇ ପାରିବେ ନାହିଁ … ତୁମର ମୃତ୍ୟୁ ପରେ ନିଜ ମୂର୍ଖତାକୁ ଅନୁଭବ କରିବ। ଏହାପରେ ନୁଶରତ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି। ସେପ୍ଟେମ୍ବର ୨୯ରେ ବ୍ରିଟେନରେ ଥିବା ଭାରତୀୟ ଉଚ୍ଚ କମିଶନରଙ୍କୁ ଲେଖିଥିବା ଏକ ପତ୍ରରେ ନୁସରତ ଜାହାଁ କହିଛନ୍ତି ଯେ, ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ମୋର ବୃତ୍ତିଗତ ଉଦ୍ଦେଶ୍ୟ ପାଇଁ ମୁଁ ଦୁଇ ଦିନ ପୂର୍ବରୁ ଲଣ୍ଡନରେ ପହଞ୍ଚିଥିଲି ଏବଂ ଏଠାରେ ପହଞ୍ଚିବା ପରେ ମୋର ସୋସିଆଲ ମିଡିଆ ପୃଷ୍ଠାରେ ଭାରତ ଏବଂ ପଡୋଶୀ ଦେଶରୁ ଆସିଥିବା ମୌଳିକବାଦୀଙ୍କଠାରୁ ହତ୍ୟା ଧମକ ଆସିଛି। ତେଣୁ ମୋତେ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Share