ସୁନ୍ଦରତାରେ ଅଭିନେତ୍ରୀଙ୍କୁ ବି ପଛରେ ପକାଇଦେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ: ଖୁବ୍‌ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଏହା ଏକ ଯୁଦ୍ଧ ଭିତ୍ତିକ ଫିଲ୍ମ ହେବ। ଏହି ଫିଲ୍ମରେ ତାପସୀ ପନ୍ନୁ, ଭୂମି ପେଡନେକର, କିର୍ତ୍ତି କୁଲହରିଙ୍କ ସମେତ ଆଉ ୨ ଅଭିନେତ୍ରୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର କାହାଣୀ ୬ ସାହସୀ ମହିଳା ଅଧିକାରୀଙ୍କ ଉପରେ ଆଧାରିତ। ପୂର୍ବରୁ ଆରୁଷୀ ଏକ ମ୍ୟୁଜିକ୍‌ ଆଲବମ୍‌ରେ କାମ କରିସାରିଛନ୍ତି। ଏ ନେଇ ନିଜେ ଆରୁଷୀ ସୂଚନା ଦେଇ କହିଛନ୍ତି ଯେ, ଟି ସିରିଜ୍‌ ପାଇଁ ରୋହିତ ସୁଚନ୍ତିଙ୍କ ସହ ଏକ ମ୍ୟୁଜିକ୍‌ ଆଲବମ୍‌ ସୁଟ୍‌ କରିସାରିଛି। ଏ ନେଇ ଖୁବ୍‌ଶୀଘ୍ର  ଘୋଷଣା ହେବ।
ଟି ସିରିଜ୍‌ ଅଧିକାରୀ କହିଛନ୍ତି, ଏହା ମହିଳାମାନଙ୍କ ଉପରେ ଆଧାରିତ ଏକ ଫିଲ୍ମ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଷମାନଙ୍କ ବୀରତ୍ୱ ଉପରେ ଯୁଦ୍ଧ ଫିଲ୍ମ ନିର୍ମାଣ କରାଯାଇଛି।

Share