ଶାହାରୁଖ୍‌ଙ୍କ ପରି ଜନ୍ମଦିନ ପାଳିବାକୁ ଚାହୁଥିବା କହିଲେ ଏହି ବ୍ୟକ୍ତି: ସୋନୁ ସୁଦଙ୍କ ଏପରି ଉତ୍ତର ଲୋକଙ୍କ ହୃଦୟ ଜିତିଲା

ଲୋକଙ୍କ ପାଇଁ ଏବେ ପ୍ରକୃତ ହିରୋ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ମହାମାରୀ କରୋନା ସମୟରୁ ଆଜି ପର୍ଯ୍ୟନ୍ତ ସେ ଯେପରି ଭାବେ ଅସହାୟ ଲୋକଙ୍କ ସହାୟତା କରିଚାଲିଛନ୍ତି ତାହା ନିଶ୍ଚିନ୍ତଭାବେ ପ୍ରଶଂସନୀୟ। ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇଥିବା ସୋନୁ ଏବେ ବି ଅସାୟତ ଲୋକଙ୍କୁ ସାହାର୍ଯ୍ୟ କରିଚାଲିଛନ୍ତି। ଯେତେବେଳେ ଯେଉଁ ୟୁଜର ଟୁଇଟ୍‌ ମାଧ୍ୟରେ ତାଙ୍କୁ ସାହାଯ୍ୟ ମାଗିଛନ୍ତି ସମସ୍ତଙ୍କୁ ସେ ସାହାଯ୍ୟ କରିଚାଲିଛନ୍ତି। ବେଳେ ବେଳେ କିଛି ଲୋକ ସୁନୁଙ୍କୁ ଏମିତି କିଛି ମାଗିଥାନ୍ତି ଯାହାକୁ ପଢ଼ିବା ପରେ ହସ ଲାଗିଥାଏ। କିନ୍ତୁ ସୋନୁ ଏହାର ଏମିତି କିଛି ଉତ୍ତର ଦେଇ ନିଶ୍ଚିନ୍ତ ଭାବେ ଲୋକଙ୍‌କ ହୃଦୟ ଜିତିପାରିଥାନ୍ତି। ସେମିତି କିଛି ଏବେ ଘଟିଥିବା ଦେଖିବାକୁ ମିଳିଛି।
ନିକଟରେ ଶାହାରୁଖ୍‌ ଖାନ୍‌ ତାଙ୍କର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ବୁର୍ଜ ଖଲିଫା ଉପରେ ‘ହାପି ବାର୍ଡ ଡେ ଶାହାରୁଖ୍‌ ଖାନ୍‌’ ଲେଖାହୋଇଥିଲା। ଏଥିସହ ତାଙ୍କର ଭିନ୍ନ ଭିନ୍ନ ଫିଲ୍ମର ଲୁକ୍‌ ମଦ୍‌ୟ ଦେଖିବାକୁ ମିଳିଥିଲା। ଶାହାରୁଖ୍‌ଙ୍କୁ ଜନ୍ମଦିନରେ ମିଳିଥିଲା ଇହି ଶୁଭେଚ୍ଛା ଜଣେ ବ୍ୟକ୍ତିଙ୍କୁ ଏତେ ମାତ୍ରାରେ ବହୁତ ଭଲ ଲାଗିଛି ଯେ, ସେ ସୋନୁଙ୍କୁ ନିବେଦନକରି କହିଛନ୍ତି, ସୋନୁ ସାର୍‌ ମୋଜ ନଭେମ୍ବର ୫ରେ ଜନ୍ମଦିନ। ଦୟାଗରି ଏହିପରି ବୁର୍ଜ ଖଲିଫାରେ ଏହିପରି ମୋର ଜନ୍ମଦିନ ସ୍ବତନ୍ତ୍ର କରିଦିଅନ୍ତୁ। ଏହାର ଉତ୍ତରରେ ସୋନୁ ଏମିତି କିଛି ଉତ୍ତର ଦେଇଛନ୍ତି ଯାହାକି ଲୋକଙ୍କ ହୃଦୟ ଜିତିପାରିଛି।
ସେ ଲେଖିଛନ୍ତି, ଆପଣଙ୍କ ଜନ୍ମଦିନ ୩ ଦିନ ବିଳମ୍ବି ହୋଇଯାଇଛି ଭାଇ। ଟିକିଏ ପରିଶ୍ରମ କର ଏବଂ ନାମ ଅର୍ଜନ କର। ତାପରେ ଦେଖିବ ବୁର୍ଜ ଖଲିଫା କ’ଣ, ଆକାଶରେ ତୁମ ନାମସାରା ଦୁନିଆ ଲେଖିଦେବ ।
ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ଏହିପରି ସହାୟତା ମାଗିଥାନ୍ତି। ସୋନୁ ଏହାର ମଜାଦାର ଉତ୍ତର ମଧ୍ୟ ଦେଇଥାନ୍ତି।

Share