ଫିଲ୍ମରେ ବଳାତ୍କାର ଦୃଶ୍ୟ ଦେଖି ଏହି ଅଭିନେତାଙ୍କୁ ଅପମାନିତ କରି ଘରୁ ବାହାର କରିଦେଇଥିଲେ ପରିବାରଲୋକେ

ବଲିଉଡ୍‌ର ପ୍ରସିଦ୍ଧ ଖଳନାୟକ ରଣଜୀତ୍‌ ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହ ଗୁଲଶନ ଗ୍ରୋଭର ଏବଂ ଅଭିନେତ୍ରୀ ବିନ୍ଦୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଶୋ’ର ଏକ ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କପିଲଙ୍କ ସହ କଥା ହେବା ଅବସରରେ ରଣଜୀତ୍‌ ଏକ ରାଜ୍‌ ଖୋଲିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ପ୍ରଥମ ଫିଲ୍ମ‘ଶର୍ମିଲୀ’ରେ ସେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମର ଏକ ଦୃଶ୍ୟରେ ରଣଜୀତ୍‌ ଅଭିନେତ୍ରୀ ରାକ୍ଷୀଙ୍କ କେଶ ଧରି ତାଙ୍କୁ ବଳାତ୍କାର କରିଥିଲେ। ଏହି ବଳାତ୍କାର ଦୃଶ୍ୟ ଦେଖିବା ପରେ ପରିବାର ଲୋକେ ତାଙ୍କ ଉପରେ ରାଗି ଅପମାନିତ କରି ଘରୁ ବାହାର କରିଦେଇଥିଲେ। ଶେଷ ଥର ପାଇଁ ରଣଜୀତ୍‌ଙ୍କୁ ଫିଲ୍ମ ‘ହାଉସଫୁଲ-୪’ରେ ଦେଖିବାକୁ ମିଳିଥିଲା।

Share