ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ ନିକଟତର। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହା ସ୍ପଷ୍ଟ ବାରିହୋଇ ପଡେ। ଏକଦା ଜାହ୍ନବୀ ପିତା ବୋନୀଙ୍କୁ ମିଛ କଥା କହିଥିଲେ। ଏ କଥା ନିଜେ ସେ ସ୍ବୀକାର କରିଛନ୍ତି।
ଜାହ୍ନବୀ କରିନା କପୁରଙ୍କ ଚାଟ୍‌ ଶୋ’ ‘ହ୍ବାଟ୍‌ ଓମେନ୍‌ ଓ୍ବାଣ୍ଟ’ରେ ପହଞ୍ଚି କହିଥିଲେ, ପିତାଙ୍କୁ ମିଛ କହି ମୁ ଲସ୍‌ ଏଞ୍ଜେଲ୍‌ସରୁ ଲସ୍‌ ଭେଗାସ ଚାଲିଯାଇଥିଲି। ଫିଲ୍ମ ଦେଖିବାକୁ ଯାଉଥିବା କହି ମୁଁ ଫ୍ଲାଇଟ୍‌ରେ ଲସ୍‌ ଭେଗାସ୍‌ରେ ପହଞ୍ଚିଥିଲି। ସାରା ଦିନ ସେଠାରେ ବୁଲାବୁଲି କରିବା ପରେ ପୁଣିଥରେ ଲସ୍‌ ଏଞ୍ଜେଲ୍‌ସ ଫେରିଥିଲି ବୋଲି ଜାହ୍ନବୀ କହିଥିଲେ।

Share