ବଲିଉଡ୍‌ ସେଲିବ୍ରିଟିଙ୍କ ଡାକନାମ ଜାଣିଲେ ହସି ହସି ଗଡିବେ

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଥିଲେ। ଅନେକ ସେଲିବ୍ରିଟିଙ୍କ ଡାକ ନାଁ ଜାଣିଲେ ତାଙ୍କ ପ୍ରଶଂସକଙ୍କୁ ଅଜବ ଲାଗିବ।

ଏହି ତାଲିକାର ପ୍ରଥମ ନାମ ଶ୍ରଦ୍ଧା କପୁରଙ୍କ। ତାଙ୍କର ତିନୋଟି ଡାକନାମ ରହିଛି। ତାଙ୍କର ଡାକନାମଗୁଡିକ ହେଉଛି ଚିମ୍‌ଡି, ରାନୀ, ଶ୍ରେଡ।

ପ୍ରିୟଙ୍କା ଚୋପ୍ରା ଡାକ ନାମ ମିମି। ତାଙ୍କ ମା ତାଙ୍କୁ ଏହି ନାଁରେ ଡାକିଥାନ୍ତି।

ଆଲିଆ ଭଟ୍ଟଙ୍କୁ ତାଙ୍କ ମା ଏବଂ ଘନିଷ୍ଠ ବନ୍ଧୁମାନେ ଆଲୁ ବୋଲି ଡାକନ୍ତି।

ରଣବୀର କପୁରଙ୍କ ଡାକନାମ ଡଗୁ ବୋଲି କୁହାଯାଏ। ତେବେ ରଣବୀରଙ୍କ ମା’ ନୀତୁ ସ୍ନେହରେ ତାଙ୍କୁ ‘ରେମଣ୍ଡ’ ବୋଲି ଡାକନ୍ତି।

ସୋନମ କପୁରଙ୍କ ପିତା ଅନିଲ କପୁର ସ୍ନେହରେ ତାଙ୍କ ଝିଅକୁ ‘ଜିରାଫ’ ବୋଲି ଡାକନ୍ତି କାରଣ ତାଙ୍କର ଲମ୍ବା ବେକ ଅଛି।

ଏଥି ସହିତ ଅଭିନେତା ବରୁଣ ଧାୱନଙ୍କୁ ଘରେ ‘ପପୁ’ ନାମରେ ଡାକନ୍ତି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପିଲାଦିନେ ଘରେ ‘ଗୁଲୁ’ ବୋଲି ଡାକୁଥିଲେ।

Share