ବଲିଉଡ୍‌ର ବିବାଦୀୟ ଚୁମ୍ବନ, ଥାନାରେ ପହଞ୍ଚିଥିଲା ମାମଲା

ମୁମ୍ବାଇ : ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ କିସ୍‌ ଡେ ବା ଚୁମ୍ବନ ଦିବସ ପାଳନ କରାଯାଏ। ଚୁମ୍ବନ ପ୍ରେମର ଗଭୀରତା ସୂଚାଏ। ଆଜିକାଲି କପଲମାନେ ପରସ୍ପରକୁ ଚୁମ୍ବନ ଦେଇ ପ୍ରେମ ବ୍ୟକ୍ତ କରୁଛନ୍ତି। ବଲିଉଡ୍‌ର କିଛି ଫିଲ୍ମରେ ଚୁମ୍ବନ ଦୃଶ୍ୟ ରହିଥାଏ। ସେଥିମଧ୍ୟରୁ କିଛି ଚୁମ୍ବନକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏପରିକି ଏହି ଚୁମ୍ବନ ପାଇଁ ମାମଲା ଥାନାରେ ବି ପହଞ୍ଚିଥିଲା। ଜାଣନ୍ତୁ ବଲିଉଡ୍‌ର କିଛି ବିବାଦୀୟ ଚୁମ୍ବନ ସମ୍ପର୍କରେ…

ମହେଶ ଭଟ୍ଟ:

ନିର୍ଦ୍ଦେଶକ ତଥା ପ୍ରଯୋଜକ ମହେଶ ଭଟ୍ଟ ନିଜ ଝିଅ ପୂଜା ଭଟ୍ଟଙ୍କୁ ଚୁମ୍ବନ ଦେଇ ବିବାଦକୁ ଆସିଥିଲେ। ବର୍ଷ ଆରମ୍ଭରୁ ଏକ ମାଗାଜିନ୍‌ ପାଇଁ ସେ ଝିଅ ପୂଜାଙ୍କୁ ଲିପ୍‌ କିସ୍‌ କରିଥିଲେ। ମାଗାଜିନର କଭର ପେଜ୍‌ ପାଇଁ ସେ ଏପରି କରିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଖାଲି ଏତିକି ନୁହେଁ, ବିବାଦକୁ ଆସିବା ପରେ ମହେଶ ଏହି କଥାର ଜବାବ ରଖିଥିଲେ। କହିଥିଲେ, ପୂଜା ଯଦି ମୋ’ ଝିଅ ହୋଇ ନ ଥାନ୍ତା ତେବେ ମୁଁ ତାଙ୍କୁ ବିବାହ କରିଥାନ୍ତି।

ରାମ ଜେଠମଲାନୀ-ଲୀନା ଚନ୍ଦ୍ରାବରକର

ଦେଶର ଜଣାଶୁଣା ଓକିଲ ରାମ ଜେଠମଲାନୀ ୨୦୧୫ରେ ଏକ ପୁରସ୍କାର ଉତ୍ସବରେ ପ୍ରସିଦ୍ଧ ଅଭିନେତ୍ରୀ ଲୀନା ଚନ୍ଦ୍ରାବରକରଙ୍କୁ ଲିପ୍‌ଲକ୍‌ ଚୁମ୍ବନ କରିଥିଲେ। ଏହି ଚୁମ୍ବନ ସେତେବେଳେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା।

ଦୀପିକା ପାଦୁକୋନ-ସିଦ୍ଧାର୍ଥ ମାଲ୍ୟା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସିଦ୍ଧାର୍ଥ ମାଲ୍ୟାଙ୍କୁ ଚୁମ୍ବନ ଦେଇ ୨୦୧୩ରେ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ଆଇପିଏଲ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ ଚାଲିଥିଲା। ଦୀପିକା ସିଦ୍ଧାର୍ଥଙ୍କ ସହ ବସି ମ୍ୟାଚ ଦେଖୁଥିଲେ। ଯେମିତି ରୟାଲ ଚାଲେଞ୍ଜର୍ସ ବିଜୟ ହାସଲ କରିଥିଲା ସିଦ୍ଧାର୍ଥ ଦୀପିକାଙ୍କୁ ଧରି ଲିପ୍‌ କିସ୍‌ କରିଥିଲେ। ଯାହା ଖୁବ୍‌ ଚର୍ଚ୍ଚା ହୋଇଥିଲା।

ରାକ୍ଷୀ ସାଓ୍ବନ୍ତ-ମିକା ସିଂହ


୨୦୦୭ରେ ରାକ୍ଷୀ ସାଓ୍ବନ୍ତ ମିକା ସିଂହଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ଏଠାରେ ମିକା ତାଙ୍କୁ ଧରି ଜବରଦସ୍ତ ଚୁମ୍ବନ ଦେଇଥିଲେ। ଏହି ଚୁମ୍ବନ ପରେ ବିବାଦ ସୃଷ୍ଟି ହୋଇଥିଲା। ରାକ୍ଷୀ ମିକାଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ। ଏପରିକି ମାମଲା ପୋଲିସ ପର୍ଯ୍ୟନ୍ତ ଯାଇଥିଲା।

Share