Advertisement

ଡିପିରେ ତ୍ରିରଙ୍ଗା ଲଗାଇ ଟ୍ରୋଲ

ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡ୍‌ର ଖୀଲାଡି କିଙ୍ଗ ଅକ୍ଷୟ କୁମାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ସମସ୍ତ ସୋସିଆଲ ମିଡିଆ ପୃଷ୍ଠାର ଡିପି ସ୍ଥାନରେ ତ୍ରିରଙ୍ଗା ଲଗାଇବା ସହ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଅପିଲ୍‌ କରିଥିଲେ। ଏହା ପରେ ଅକ୍ଷୟ ନିଜ ଡିପି ବଦଳାଇ ତ୍ରିରଙ୍ଗା ଲଗାଇଥିଲେ। ଏଥିସହ ଟୁଇଟ୍‌ କରି ସ୍ବାଧୀନତାର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ କରିବାର ସମୟ ଆସିଛି। ଗର୍ବରେ, ଅଭିମାନରେ #ହରଘରତ୍ରିରଙ୍ଗା ଉଡାଇବାର ସମୟ ଆସିଛି ବୋଲି ଲେଖିଥିଲେ। ଅକ୍ଷୟଙ୍କ ଟୁଇଟ୍‌ ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଫିଲ୍ମ ରିଲିଜ ପୂର୍ବରୁ ସେ ଦେଶଭକ୍ତି ଦେଖାଉଥିବା ଅନେକେ ମତ ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share