ବଲିଉଡ୍‌ର ସିଙ୍ଗଲ୍‌ ମଦର୍‌

ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ପିଲାମାନଙ୍କୁ ଏକାକୀ ମା’ ଭାବରେ ବଞ୍ଚାଇବା ଏତେ ସହଜ ନୁହେଁ। ବଲିଉଡ୍‌ରେ ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ସାହସ ଦେଖାଇ ଏକାକୀ ମା’ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଅନେକ ମହିଳାଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି।

ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ୨୫ ବର୍ଷ ବୟସରେ ଏକାକୀ ମା’ ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୦ରେ ସେ ତାଙ୍କ ବଡ଼ ଝିଅ ରିନିଙ୍କୁ ଗ୍ରହଣ କରିଥିଲେ। ୧୦ ବର୍ଷ ପରେ, ସୁସ୍ମିତା ୩ ମାସର ଆଲିଶାଙ୍କୁ ଗ୍ରହଣ କରିଥିଲେ। ଆଜି ସୁସ୍ମିତା ଅନେକ ମା’ଙ୍କ ପାଇଁ ଏକ ଆଦର୍ଶ।

ସେହିପରି ଅଭିନେତ୍ରୀ କରିସ୍ମା କପୁର୨୦୦୩ରେ ପ୍ରତିଷ୍ଠିତ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ତେବେ ୨୦୧୬ରେ ଦୁହେଁ ଅଲଗା ହୋଇଥିଲେ। କରିସ୍ମା ତାଙ୍କର ଦୁଇ ପିଲା ସମାୟରା ଏବଂ କିୟାନ ରାଜ କପୁରଙ୍କୁ ଏକାକୀ ପାଳୁଛନ୍ତି।

ସେହିପରି ଅଭିନେତ୍ରୀ ଅମୃତା ସିଂ, ଏକତା କପୁର, କନିକା କପୁର, ପୂଜା ବେଦୀ ଏକାକୀ ପିଲାମାନଙ୍କୁ ଲାଳନପାଳନ କରୁଛନ୍ତି। ସେମାନେ ଅନ୍ୟ ମହିଳାମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।

Share