ବୋଲସୋନାରୋ କ୍ଷମତାରୁ ହଟିଲେ,ବାମପନ୍ଥୀ ଲୁଲାଙ୍କ ବିଜୟ…

ବ୍ରାସିଲିଆ,୩୧।୧୦: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ୱାର୍କର୍ସ ପାର୍ଟିର ଲୁଇଜ ଇନାସିଓ ଲୁଲା ଡା ସିଲଭା ବିଜୟ ହାସଲ କରିଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି। ବ୍ରାଜିଲର ନିର୍ବାଚନ ଅଧିକାରୀଙ୍କ ଫଳାଫଳ ଘୋଷଣା ଆଧାରରେ ଆସୋସିଏଟେଡ ପ୍ରେସ ଏହି ଖବର ପ୍ରକାଶ କରିଛି।

ବର୍ତ୍ତମାନ ବ୍ରାଜିଲର ନୂତନ ରାଷ୍ଟ୍ରପତି ବାମପନ୍ଥୀ ନେତା ଲୁଇଜ ଇନାସିଓ ଲୁଲା ଡା ସିଲଭା ହେବେ। ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ଏହା ଲୁଲାଙ୍କର ତୃତୀୟ କାର୍ଯ୍ୟକାଳ ହେବ। ଲୁଲା ୫୦.୮୩ ପ୍ରତିଶତ ଭୋଟ ପାଇ ଜିତିଛନ୍ତି।

Share