Categories: ବାଣିଜ୍ୟ

ବିଓଏମ୍‌ର ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର, ୬।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ବିଓଏମ ପକ୍ଷରୁ ଏକ ବାଇକ ର଼୍ୟାଲିର ଆୟୋଜନ କରାଯାଇଥିଲା। ଉକ୍ତ ର଼୍ୟାଲିରେ ଭୁବନେଶ୍ୱର ଅଞ୍ଚଳର ଉପ-ଅଞ୍ଚଳ ପ୍ରବନ୍ଧକ ସଞ୍ଜୀବ କୁମାର ଦାଶ, ଭୁବନେଶ୍ୱର ଶାଖାର ମୁଖ୍ୟ ପ୍ରବନ୍ଧକ ଦୀପକ ଦଣ୍ଡପାଟ, ଅଞ୍ଚଳ ସତର୍କତା ଅଧିକାରୀ ଆଶିଷ କୁମାରଙ୍କ ସମେତ ଭୁବନେଶ୍ୱରସ୍ଥିତ ବ୍ୟାଙ୍କର ସ୍ଥାନୀୟ ଶାଖାର କର୍ମଚାରୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୁର୍ନୀତିକୁ ନିବାରଣ କରିବା, ସତ୍ୟନିଷ୍ଠା ଓ କର୍ତ୍ତବ୍ୟପରାୟଣ ପଥରେ ଚାଲିବା ଏବଂ ଆଦର୍ଶ ସମାଜ ନିର୍ମାଣ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ର଼୍ୟାଲି ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟରୁ ବାହାରି ରୁପାଲି ଛକ, ମାଷ୍ଟର କ୍ୟାଣ୍ଟିନ ଛକ ଓ ରାଜମହଲ ଛକ ଦେଇ ଫରେଷ୍ଟ ପାର୍କଠାରେ ସମାପ୍ତ ହୋଇଥିଲା।

 

Share