Categories: ଜାତୀୟ

ବୋମାଇ କର୍ନାଟକ ଭାଜପା ପ୍ରଚାର କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୧ା୩(ପି.ଟି.): ଚଳିତ ବର୍ଷ ଶେଷ ଭାଗରେ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଭାଜପା ପ୍ରଚାର କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ବୋମାଇଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ନିର୍ବାଚନ ପରିଚାଳନା କମିଟି ଆବାହକ କରାଯାଇଛି। ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି। କର୍ନାଟକର ଦୁଇ ପ୍ରଭାବଶାଳୀ ଜାତି ଲିଙ୍ଗାୟତ ଏବଂ ଭୋକ୍କାଲିଗା ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯାଇଛି। ସେଥିପାଇଁ ଲିଙ୍ଗାୟତ ନେତା ବୋମାଇଙ୍କୁ ନିର୍ବାଚନ ପ୍ରଚାର କମିଟି ମୁଖ୍ୟ ସହ କରନ୍ଦଲାଜେଙ୍କୁ ଅନ୍ୟତମ କମିଟିର ଆବାହକ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ସମେତ କର୍ନାଟକରୁ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ନେତାଙ୍କୁ କମିଟିର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

Share