ସରପଞ୍ଚଙ୍କ ଘରେ ବୋମାମାଡ଼

ନିଆଳି,୨୦।୩(ଡି.ଏନ୍‌.ଏ): କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ବ୍ରାହ୍ମଣବାଟି ପଞ୍ଚାୟତ ସରପଞ୍ଚଙ୍କ ଘର ଉପରକୁ ରବିବାର ବୋମାମାଡ ହୋଇଛି। ବୋମା ପକାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ନିର୍ବାଚନକୁ ନେଇ ଏପରି ଘଟିଥିବା ସନ୍ଦେହ କରାଯାଉଛି ।
ପୂର୍ବରୁ ମଧ୍ୟ କିଛି ଦୁର୍ବୃତ୍ତ ପଞ୍ଚାୟତ ଅଫିସରେ ଭଙ୍ଗାରୁଜା କରିଥିଲେ । ଏ ନେଇ ସରପଞ୍ଚଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଥିଲା। ଆଜି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share