କାର୍‌ରେ ଖଞ୍ଜା ଯାଇଥିଲା ବୋମା: ଥାନା ନିକଟରେ ଚାଲିଗଲା ପୋଲିସ ଅଧିକାରୀଙ୍କ ସମେତ ୩ ଜଣଙ୍କ ଜୀବନ, ୯ ଆହତ

ବୋଗଟା,୨୩ା୬: କଲମ୍ବିଆର ଟାମିନଙ୍ଗାସରେ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏକ ବିବୃତ୍ତିରେ ନାରିନୋର ରାଜ୍ୟପାଳ ଲୁଇସ ଆଲଫୋନ୍‌ସୋ ଏସ୍କୋବର କହିଛନ୍ତି ଯେ, ପୋଲିସ ଅଧିକାରୀଙ୍କ ସମେତ ଦୁଇ ସାଧାରଣ ନାଗରିକ ଏବଂ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ଖାଲି ଏତିକି ନୁହେଁ ଏହି ବିସ୍ଫୋରଣରେ ନିକଟରେ ଥିବା ଅନେକ ଘର ଏବଂ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

କଲମ୍ବିଆର ଥାନା ନିକଟରେ କାର୍‌ରେ ବୋମା ଖଞ୍ଜା ଯାଇଥିଲା। ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସମବେଦନା ଜଣାଇବା ସହ ଅପରାଧୀଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯେଉଁମାନେ ଶାନ୍ତି ପରିବର୍ତ୍ତେ ଯୁଦ୍ଧର ରାସ୍ତା ବାଛନ୍ତି ସେମାନେ ଆଇନର ସମ୍ପୂର୍ଣ୍ଣ ଭାରର ସମ୍ମୁଖୀନ ହେବେ।

ସୂଚନାଯୋଗ୍ୟ, ଗତବର୍ଷ ବିଭିନ୍ନ ହତ୍ୟା ବ୍ୟତୀତ ସ୍ଥାନୀୟ ବାସିନ୍ଦାଙ୍କୁ ଶାନ୍ତି ଦେବା ପାଇଁ ସୁରକ୍ଷାକୁ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଅଶାନ୍ତି ବଢ଼ି ଚାଲିଛି।

Share