ତୁରୁବୁଡିରେ ବୋମା ମାଡ଼

ପାତ୍ରପୁର,୪ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଖାରିଆଗୁଡା ଫାଣ୍ଡି ତୁରୁବୁଡି ଗ୍ରାମରେ କୌଣସି ଘଟଣାକୁ କେନ୍ଦ୍ର କରି ବୋମାମାଡ଼ ହେଇଛ। ବସଷ୍ଟାଣ୍ଡ ନିକଟରେ ଅନ୍ୟ ଗ୍ରାମର କେତେ ଜଣ ଲୋକ ପହଞ୍ଚି ସରୋଜ ସାହୁଙ୍କ ଦୋକାନକୁ ଲକ୍ଷ କରି ଗୋଟିଏ ବୋମା ଫିଙ୍ଗି ଚାଲି ଯାଇଥିଲେ। ତେବେ ବୋମାଟି ସରୋଜଙ୍କ ହାତରେ ବାଜି ଦୋକାନରେ ଥିବା ଗୋଟିଏ ଲୁଣ ଅଖାରେ ପଡି ଫୁଟି ନ ଥିଲ। ଏଥିରେ ସରୋଜ ସାମାନ୍ୟ ଆହତ ହୋଇଛନ୍ତି। ଶବ୍ଦ ଶୁଣି ଗ୍ରାମବାସୀ ପହଞ୍ଚତ୍ ବୋମାଟିକୁ ପାଣିରେ ବୁଡାଇ ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି।

Share