ପୋଲିସ ଗାଡି ଉପରକୁ ବୋମା ମାଡ: ୮ ପୋଲିସକର୍ମୀ ମୃତ୍ୟୁ

ବାଗଦାଦ,୧୮।୧୨: ଇରାକ ରାଜଧାନୀ ବାଗଦାଦଠାରୁ ପ୍ରାୟ ୨୩୮ କିଲୋମିଟର ଦୂର ତୈଳ ସମୃଦ୍ଧ କିରକୁକ ସହରରେ ଫେଡେରାଲ ପୋଲିସ କର୍ମଚାରୀଙ୍କ ଏକ ଗାଡି ଉପରକୁ ବୋମା ମାଡ କରାଯାଇଛି। ଏଥିରେ ଅତିକମରେ ଆଠ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଥିବାବେବେଳେ ଦୁଇଜଣ ପୋଲିସ ଗୁରୁତର ଆହତ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂତ୍ରରୁ ପ୍ରକାଶ ଯେ, କିରକୁକ ଠାରୁ ପ୍ରାୟ ୩୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ସଫ୍ରା ଗାଁ ନିକଟରେ ପୋଲିସ ଗାଡି ଉପରକୁ ବୋମା ମାଡ କରାଯାଇଥିଲା।
ଆଇଏସ ଆତଙ୍କବାଦୀମାନେ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି। ତେବେ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ ବୋଲି ଦାବି କରିନାହାଁନ୍ତି। ଡିସେମ୍ବର ୨୦୧୭ରେ, ଆଇଏସ ଏହି ଅଞ୍ଚଳ ଉପରେ ବିଜୟ ଘୋଷଣା କରିଥିଲା।

Share