ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ

ଇସଲାମାବାଦ,୯।୧୧: ପାକିସ୍ତାନରୁ ଏକ ବଡ ଖବର ଆସିଛି। ଶନିବାର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେଶନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ। ବୋମା ନରୋଧକ ସ୍କ୍ବାଡ ଏବଂ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମାମଲାର ତଦନ୍ତ ଚାଲିଛି।

ଏହି ଆକ୍ରମଣର ଦାୟିତ୍ୱ ବାଲୁଚ ଲିବରେଶନ ଆର୍ମି ନେଇଛି। ନିକଟରେ ପାକିସ୍ତାନର ଉତ୍ତର-ପଶ୍ଚିମରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିଛି। ଏହା ବ୍ୟତୀତ ଏଠାରେ ବିଚ୍ଛିନ୍ନତାବାଦୀ ବିଦ୍ରୋହ ମଧ୍ୟ ବୃଦ୍ଧି ପାଉଛି। ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ପେଶାୱର ଅଭିମୁଖେ ଯାଉଥିବା ବେଳେ ରେଳ ଷ୍ଟେଶନ ଭିତରେ ଏହି ବିସ୍ଫୋରଣ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍‌, ଅଫିସ୍‌ ବ୍ରେକ୍‌ରେ ରଖିପାରିବେ ଶାରୀରିକ ସମ୍ପର୍କ

ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା...

ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି ସାର୍‌, ଟ୍ରମ୍ଫଙ୍କ ସହ ଫୋନରେ କଥା ହେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, ଭିଡିଓ ଭାଇରାଲ

ଜାକର୍ତ୍ତା/ଓ୍ବାଶିଂଟନ,୧୨।୧୧: ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବଓ ସୁବିଆଣ୍ଟୋ ବର୍ତ୍ତମାନ ଆମେରିକା ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏହା ପରେ ସେ ଏକ ଫୋନ କଲ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ...

ଷ୍ଟିଫେନ ମିଲରଙ୍କୁ ଇମିଗ୍ରେସନ ପଲିସିର ଦାୟିତ୍ୱ ଦେବା ପରେ, ଟେନସନ ହେଲେଣି ଭାରତୀୟ!

ଓ୍ବାଶିଂଟନ,୧୨।୧୧: ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ବିଶେଷଜ୍ଞ ଷ୍ଟିଫେନ ମିଲରଙ୍କୁ ତାଙ୍କର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସ ଷ୍ଟିଫେନଙ୍କୁ...

ଟ୍ରମ୍ପ-ପୁଟିନ୍‌ଙ୍କ ସିକ୍ରେଟ୍‌ ଡିଲ୍‌: ୟୁକ୍ରେନର ଅବସ୍ଥା ଏବେ ହେବ କ’ଣ

ମସ୍କୋ/ଓ୍ବାଶିଂଟନ୍‌,୧୨।୧୧:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରିଥିଲେ। ଅସ୍ତ୍ରବିରତି ସୂତ୍ର ଉପରେ ମଧ୍ୟ...

ଟ୍ରମ୍ଫ ନା ହାରିସ୍‌, ନିର୍ବାଚନୀ ପ୍ରଚାରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି କିଏ? ଶୁଣିଲେ ଉଡିଯିବ ହୋସ୍‌

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇଛି, କିନ୍ତୁ ନିର୍ବାଚନ ପ୍ରଚାରର ଅନେକ ଖୁଲାସା ବର୍ତ୍ତମାନ ଧୀରେ ଧୀରେ ସାମ୍ନାକୁ ଆସିଛି। ଏକ ନୂତନ ରିପୋର୍ଟ...

ପାକିସ୍ତାନରେ ବଢୁଛି ପ୍ରଦୂଷଣର ମାତ୍ରା, ପଞ୍ଜାବରେ ୧କୋଟିରୁ ଅଧିକ ଶିଶୁଙ୍କ ଜୀବନ ବିପଦରେ

ଲାହୋର,୧୨।୧୧: ଏବେ ପାକିସ୍ତାନ ଗୁରୁତର ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ଦେଶର ଅନେକ ସହରରେ ଦିଲ୍ଲୀର ବାୟୁ ପ୍ରଦୂଷଣଠାରୁ ୪-୫ ଗୁଣରୁ ଅଧିକ ଅଟେ। ମୁଲତାନ...

ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ...

ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri